ପଞ୍ଚମ ଥର ଲାଗି ଦୁନିଆର ସବୁଠୁ ସୁଖି ଦେଶ ତାଲିକାର ଶୀର୍ଷରେ ଫିନଲାଣ୍ଡ

World Happiness Report Finland tops for 5th straight year

ନୂଆଦିଲ୍ଲୀ: ଦୁନିଆର ସବୁଠୁ ସୁଖି ଦେଶ ଫିନଲାଣ୍ଡ । ଜାତିସଂଘ ପକ୍ଷରୁ ଜାରି ରାଙ୍କିଂ ତାଲିକାରେ ଫିନଲ୍ୟାଣ୍ଡ ଟପରେ ରହିଛି । ଲଗାତାର ପଞ୍ଚମ ଥର ଲାଗି ଏହି ତାଲିକାରେ ଶୀର୍ଷରେ ରହିଛି ଫିନଲାଣ୍ଡ । ଦ୍ୱିତୀୟରେ ଡେନମାର୍କ ଓ ତୃତୀୟ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ଲକଜେମବର୍ଗ କ୍ରମାଗତ ଭାବେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛି । ତାଲିକାର ଶେଷ ଆଡୁ ପ୍ରଥମରେ ରହିଛି ଆଫଗାନିସ୍ତାନ । ଏହା ଉପରକୁ ରହିଛି ଲେବାନନ ।

World Happiness Report Finland tops for 5th straight year

ସେହିପରି ଅଭିବୃଦ୍ଧିରେ ଆଗରେ ରହିଛି ସର୍ବିଆ, ବୁଲଗେରିଆ ଏବଂ ରୋମାନିଆ । ଆର୍ଥିକ ଅବନତିର ସାମ୍ନା କରୁଥିବା ଲେବାନନ ତାଲିକାର ଶେଷ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ଉପରେ ରହିଛି  ଭେନେଜୁଏଲା । ଗତ ଅଗଷ୍ଟରୁ ଅଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ମାନବ ଜୀବନ ପ୍ରତି ବିପନ୍ନ ସୃଷ୍ଟି ହୋଇଛି । ଏହି ତାଲିକାରେ କାନାଡ଼ା ୧୫ତମ ସ୍ଥାନରେ ରହିଥିବା ବେଳେ ଆମେରିକା ୧୬ତମ, ବ୍ରିଟେନ ୧୭ ଓ ୨୦ତମ ସ୍ଥାନରେ ରହିଛି ଫ୍ରାନ୍ସ । ୧୪୬ଟି ଦେଶକୁ ନେଇ ସର୍ଭେ ହୋଇଥିବା ବେଳେ ଭାରତ ୧୩୬ ନମ୍ବର ସ୍ଥାନରେ ରହିଛି । ତାଲିକାରେ ପାକିସ୍ତାନ, ନେପାଳ, ବାଂଲାଦେଶ ଭାରତଠୁ ଉପରେ ରହିଛନ୍ତି ।