ବିଶ୍ୱର ସବୁଠୁ ଅପରିଷ୍କାର ବ୍ୟକ୍ତି ମୃତ, ୫୦ ବର୍ଷ ହେବ ଗାଧୋଇନଥିଲେ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ସବୁଠୁ ଅପରିସ୍କାର ବ୍ୟକ୍ତିର ଅନୌପଚାରିକ ରେକର୍ଡ ନିଜ ନାଁରେ ରଖିଥିବା ଇରାନୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଇରାନୀ ମିଡିଆ ରିପୋର୍ଟ ମୁତାବିକ, ୯୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମଙ୍ଗଳବାର ହୋଇଛି । ସେ ୫୦ ବର୍ଷ ହେବ ଗାଧୋଇନଥିଲେ । ଏହି କାରଣରୁ ତାଙ୍କୁ ବିଶ୍ୱର ସବୁଠୁ ଅପରିସ୍କାର ବ୍ୟକ୍ତି କୁହାଯାଉଥିଲା । ତେବେ ଏହି ଅପରିସ୍କାର ବ୍ୟକ୍ତିଙ୍କ ନାଁ ହେଉଛି ଆମୌ ହାଜି । ରିପୋର୍ଟ ମୁତାବିକ ଆମୌ ହାଜିଙ୍କୁ ଡର ଥିଲା ଯେ ଯଦି ସେ ଗାଧାନ୍ତି ତେବେ ତାଙ୍କୁ ଇମଫେକ୍ସନ ହୋଇଯିବ ।

ଏହି କାରଣରୁ ସେ ଗାଧୋଇବା ଛାଡ଼ି ଦେଇଥିଲେ । ଇରାନର ଦକ୍ଷିଣ ଫାର୍ସ ପ୍ରାନ୍ତରର ଦେଜଗାହ ଗାଁରେ ସେ ଏକାକୀ ରହୁଥିଲେ । ତାଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି । ୨୦୧୩ରେ ତାଙ୍କ ଉପରେ ଦ ଷ୍ଟ୍ରେଞ୍ଜ ଲାଇଫ ଅଫ୍ ଆମୌ ହାଜି ନାଁରେ ଏକ ସର୍ଟ ଡକ୍ୟୁମେଣ୍ଟାରୀ ମଧ୍ୟ ବନାଯାଇଥିଲା । ଡକ୍ୟୁମେଣ୍ଟାରୀରେ ଦେଖାଯାଇଥିଲାଯେ ଆମୌ ହାଜି ନିଜ ଜୀବନ କେଉଁଭଳି ବଞ୍ଚୁଛନ୍ତି । ଆଇଆରଏନଏ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ହାଜି ରୋଗାକ୍ରାନ୍ତ ହେବା ଡରରେ ଗାଧୋଇବାକୁ ଏଡ଼ାଇଥିଲେ ।

କିନ୍ତୁ ପ୍ରଥମ ଥର କିଛି ମାସ ପୂର୍ବେ ଗ୍ରାମବାସୀ ତାଙ୍କୁ ଗାଧୋଇବା ପାଇଁ ବାଥରୁମ ନେଇଯାଇଥିଲେ । ତାଙ୍କୁ ଗାଧୋଇ ଦେଇଥିଲେ । ଏହାପରେ ସେ ସାମାନ୍ୟ ଅସୁସ୍ଥ ହୋଇଯାଇଥିଲା । ୨୦୧୪ରେ ତେହରିନ ଟାଇମ୍ସ ରିପୋର୍ଟରେ କହିଥିଲା ଯେ, ହାଜି ରାସ୍ତା କଡ଼ରେ ମୃତ୍ୟୁବରଣ କରୁଥିବା ପଶୁଙ୍କୁ ଖାଉଥିଲେ ଏବଂ ପଶୁମାନଙ୍କ ମଳରେ ପରିପୂର୍ଣ୍ଣ ପାଇପରେ ଧୁମ୍ରପାନ କରୁଥିଲେ ।

ସେ ଭାବୁଥିଲେ ଯେ ସ୍ୱଚ୍ଛତା ତାଙ୍କୁ ରୋଗାକ୍ରାନ୍ତ କରିଦେବ । ହାଜିଙ୍କ ମୃତ୍ୟୁ ପରେ ଏବେ ଏହି ଅନଅଫିସିଆଲ ରେକର୍ଡ ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଖକୁ ଯାଇପାରେ । ଯିଏକି ନିଜ ଜୀବନର ଅଧିକାଂଶ ସମୟ ପର୍ଯ୍ୟନ୍ତ ଗାଧୋଇନାହାନ୍ତି । ୨୦୦୯ରେ ହିନ୍ଦୁସ୍ତାନ ଟାଇମ୍ସ ନିଜ ରିପୋର୍ଟରେ କହିଥିଲା ଯେ, ବାରଣାସୀ ବାହାରେ ଏକ ଗାଁର କୈଳାଶ କଲାଉ ସିଂହ ଦେଶ ସାମ୍ନାରେ ଆସିବାକୁ ଥିବା ସମସ୍ତ ସମସ୍ୟାକୁ ସମାପ୍ତ କରିବା ଉଦ୍ୟମରେ ୩୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇନାହାନ୍ତି ।