ଜଗନ୍ନାଥଙ୍କ ପାଇଁ ହଜିଲା ନାତିକୁ ଫେରି ପାଇଲେ,୧୦୪ ବର୍ଷ ବୟସରେ ବଡଦାଣ୍ଡରେ କଲେ ଦଣ୍ଡ ପ୍ରଣାମ

ପୁରୀ: ବୟସ ୧୦୪ । ଏବୟସରେ ଅଣ୍ଟା ସଳଖି ଛିଡ଼ା ହେବା ବି କଷ୍ଟକର କିନ୍ତୁ ନାତି ପ୍ରେମ ବାୟାଣୀ କରିଛି ଏହି ବୃଦ୍ଧା ଜଣଙ୍କୁ । କାହାକୁ କିଛି ମାଗିବାର ସାମର୍ଥ୍ୟ ହରାଇଥିବା ଏହି ବୃଦ୍ଧା ଜଣଙ୍କ ମହାପ୍ରଭୁଙ୍କୁ ମାଗିଛନ୍ତି ନାତିକୁ । ନାତିକୁ ଫେରି ପାଇବାକୁ ସେ ମହାପ୍ରଭୁଙ୍କ ପାଖରେ କରିଛନ୍ତି ମାନସିକ । ମାନସିକ ପୂରଣ ହେଲେ ସେ ଦଣ୍ଡ ପ୍ରଣାମ କରିବେ ।

ଶେଷରେ ଶ୍ରୀଜଗନ୍ନାଥଙ୍କ ମହିମାରୁ ଫେରି ପାଇଛନ୍ତି ନାତିକୁ। ହଜି ଯାଇଥିବା ନାତି ପୁଣି ଥରେ ତାଙ୍କ ପାଖକୁ ଫେରି ଆସିଛି । ଆଉ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇବାକୁ ବଡଦାଣ୍ଡକୁ ଆସିଛନ୍ତି ୧୦୪ ବର୍ଷ ବୟସର ଶୋଭାରାଣୀ।

କରୋନା ମହାମାରୀ ଭୟକୁ ମଧ୍ୟ ଭୃକ୍ଷେପ ନ କରି ମୁହଁରେ ମାସ୍କ ପିନ୍ଧି ନିଜ ମାନସିକ ପୂର୍ତ୍ତି ଉଦ୍ଦେଶ୍ୟରେ ବିଶ୍ୱନିୟନ୍ତାଙ୍କ ଚରଣ କମଳରେ ନିଜର ଭକ୍ତି ରୂପକ ଅର୍ଘ୍ୟ ଅର୍ପଣ କରିଛନ୍ତି ସେ । ବାର୍ଦ୍ଧକ୍ୟ ମଧ୍ୟ ଶତାୟୁ ବୃଦ୍ଧାଙ୍କୁ ବାଧକ ସାଜି ପାରିନାହିଁ । ମହାପ୍ରଭୁଙ୍କ କରୁଣା କୃପାର ଆଶୀର୍ବାଦରେ ସେ ତାଙ୍କର ହଜିଲା ନାତିଙ୍କୁ ଫେରି ପାଇଛନ୍ତି ତେଣୁ ଆଜି ସେ ବଡ଼ଦାଣ୍ଡରେ କରିଛନ୍ତି ଦଣ୍ଡପ୍ରଣାମ ।

ସୂଚନା ଅନୁସାରେ, ପୁରୀ ବଳିଆପଣ୍ଡା ଅଞ୍ଚଳର ବୃଦ୍ଧା ଶୋଭାରାଣୀ ଦେବନାଥଙ୍କ ନାତି ଶୁକଦେବ ଦେବନାଥ କିଛି ବର୍ଷ ତଳେ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜିବା ପରେ ମଧ୍ୟ ଶୁକଦେବଙ୍କର କିଛି ପତା ମିଳିନଥିଲା । ଶେଷରେ ମହାପ୍ରଭୁଙ୍କ ଶରଣ ପଶିଥିଲେ ଶୋଭାରାଣୀ । ଗୁହାରି କରିଥିଲେ,ଯଦି ନାତିକୁ ଫେରିପାଇବି ତେବେ ଦଣ୍ଡ ପ୍ରଣାମ କରିବି ।  ଶେଷରେ ଶୋଭାରାଣୀଙ୍କ ଭକ୍ତିଭରା ନିବେଦନକୁ ଗ୍ରହଣ କରିଥିଲେ ମହାପ୍ରଭୁ । ଫେରିଆସିଛି ନାତୀ । ଆଉ ସେ ଖୁସୀରେ ଏବଂ କୃତଜ୍ଞତା ଜଣାଇବାକୁ ବଜଦାଣ୍ଡରେ ବୟସର ସାୟାହ୍ନରେ ଦଣ୍ଡ ପ୍ରଣାମ କରୁଥିବା ବୃଦ୍ଧାଙ୍କ ଭକ୍ତିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୁଣି କିଏ ଜଗନ୍ନାଥଙ୍କ କରୁଣା ଓ କୃପା ଆଗରେ ନତମସ୍ତକ ହେଉଛି ।

ନାତି ଶୁକଦେବଙ୍କୁ ସେ ଏବେ ଫେରି ପାଇଥିବା ବେଳେ ମାନସିକ ପୂର୍ତ୍ତି କରିବା ଉଦ୍ଦେଶ୍ୟରେ ଆଜି ବଡଦାଣ୍ଡରେ ପରିଣତ ବୟସରେ ସେ ଦଣ୍ଡ ପ୍ରଣାମ କରୁଥିବା ଦୃଶ୍ୟ ଥିଲା ବେଶ ଲୋମ ହର୍ଷଣକାରୀ ।

କୃପାମୟ ଠାକୁରଙ୍କ ଅପାର କୃପାରୁ ନାତିକୁ ଫେରି ପାଇଥିବା ଶୋଭାରାଣୀ ଅଣ୍ଟା ନଇଁ ଯାଇଥିବା ସତ୍ୱେ ପତିତପାବନଙ୍କ ଦର୍ଶନ କରି ବଡଦାଣ୍ଡରେ ଗୁହାରି କରୁଥିବାର ଦୃଶ୍ୟଥିଲା ବେଶ ନିଆରା ।

( ପୁରୀରୁ ସୌମିତ୍ର ହରିଚନ୍ଦନ )

Leave a Reply