୮-୦ରେ ଖେଳ ଖତମ୍, ଏମିତି ବ୍ରୋଞ୍ଜ ଜିତିଲେ ବଜରଙ୍ଗ

1 min read
Wrestler Bajrang Punia wins Bronze

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ପଦକ ଆଣିଲେ ବଜରଙ୍ଗ ପୁନିଆ । ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍ ଦେଇ ବ୍ରୋଞ୍ଜ ଜିତିଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ପ୍ରଥମ ଭାଗରେ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ଏହାପରେ ଦ୍ୱିତୀୟ ପିରିୟଡରେ ଦୌଲେତଙ୍କ ଉପରେ ଚାପ ରହିଛି । ବଜରଙ୍ଗ ଏହି ଚାପର ଲାଭ ଉଠାଇ ଆରମ୍ଭରୁ ଆକ୍ରମଣ କରିଥିଲେ । ଏହା ଫଳରେ ବଜରଙ୍ଗ ଲିଡକୁ ୬-୦କୁ ନେଇ ଆସିଥିଲେ । ଆଉ ଶେଷ ୫୦ ସେକେଣ୍ଡରେ ବଜରଙ୍ଗ କୋଚ୍ ତାଙ୍କୁ ବାରମ୍ବାର ହାଲୁକା ନ ହେବାକୁ ଜୋଶ ଦେଉଥିଲେ । ବଜରଙ୍ଗ ୨ ଅଙ୍କ ସହ ୮-୦ରେ କାଂସ୍ୟ ଜିତିଥିଲେ ।

ବଜରଙ୍ଗ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜରଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସେ ଆହୁରି ଭଲ ଖେଳିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply