ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କ ପୋଲିସ ରିମାଣ୍ଡ ବଢ଼ାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସମସ୍ୟା ଅଧିକ ବଢିଯାଇଛି । ଶନିବାର ଦିଲ୍ଲୀ ପୋଲିସ ସୁଶୀଲକୁ ରୋହିଣୀ କୋର୍ଟରେ ଉପସ୍ଥାପନ କରି ଅଦାଲତକୁ ୭ ଦିନର ରିମାଣ୍ଡ ମାଗିଥିଲେ । କିନ୍ତୁ କୋର୍ଟ ଶୁଣାଣି ସମୟରେ ସୁଶୀଲଙ୍କ ରିମାଣ୍ଡକୁ କେବଳ ୪ ଦିନ ବଢାଇବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି ।

ପଚରାଉଚରା ବେଳେ ସହଯୋଗ କରୁନାହାଁନ୍ତି ସୁଶୀଲ

ଦିଲ୍ଲୀ ପୋଲିସର କହିବା ହେଉଛି ସୁଶୀଲ କୁମାର ସେହି ଜଘନ୍ୟ ଅପରାଧର ମାଷ୍ଟର ମାଇଣ୍ଡ୍‌ଏବଂ ମୁଖ୍ୟ ଅଭିଯୁକ୍ତ । ଏଥିରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଭିଡ଼ିଓ କ୍ଲିପ୍‌ଏବଂ ସାକ୍ଷୀପ୍ରମାଣକୁ ନଜରରେ ରଖି ଏହା ସ୍ପଷ୍ଟ ହୋଇଛି । ଗୋଟିଏ ପଟେ ସୁଶୀଲ କୁମାରଙ୍କ ରିମାଣ୍ଡ ୪ ଦିନ ବଢିଥିବା ବେଳେ ଅନ୍ୟପଟେ ଗତ ଛଅ ଦିନ ରିମାଣ୍ଡରେ ସୁଶୀଲ କୌଣସି ସହଯୋଗ କରି କରିନାହାଁନ୍ତି ଏବଂ ପ୍ରମାଣ ହାସଲ କରିବାରେ ସମସ୍ୟା ହେଉଥିବା କହିଛି ପୋଲିସ୍‌। ତେଣୁ କୋର୍ଟକୁ ୭ ଦିନର ରିମାଣ୍ଡ ମାଗିଛି ଦିଲ୍ଲୀ ପୋଲିସ୍‌।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତି ୨୪ ଘଣ୍ଟାରେ ସୁଶୀଲଙ୍କ ମେଡିକଲ ଚେକ୍‌ଅପ୍‌କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରିମାଣ୍ଡ ସମୟରେ କେବଳ ସୁଶୀଲଙ୍କ ଓକିଲ ହିଁ ତାଙ୍କୁ ସାକ୍ଷାତ କରିପାରିବେ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମିଳିବ ନାହିଁ ।

Leave a Reply