spot_img

Latest Posts

ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ମାମଲା; ବନ୍ଦ ଲଫାପାରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେସଲର ଫେଡେରେସନ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ମାମଲା। ବନ୍ଦ ଲଫାପାରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ। ବନ୍ଦ ଲଫାପାରେ ପ୍ରମାଣ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ। ଧାରଣାସ୍ଥଳରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସଭାପତି ତଥା ରାଜ୍ୟସଭା ସାଂସଦ ପିଟି ଉଷା।

ସେପଟେ କ୍ଷମତା ଓ ପଦରେ ରହିଥିବା ବ୍ୟକ୍ତିଙ୍କ ବିରୋଧରେ ଲଢ଼େଇ ଜାରି ରଖିବା କଷ୍ଟକର। ଯୌନ ଶୋଷଣ ଭଳି ସଂଗୀନ ମାମଲା, ପୋକସୋ ଆକ୍ଟ ଲାଗୁ ପରେ ବି ବିଜେପି ବାହୁବଳି ନେତା ବ୍ରିଜଭୂଷଣଙ୍କୁ ପଦରୁ ବିଦା ନକରାଯାଇ ପୀଡ଼ିତାଙ୍କୁ ନିରାଶ କରାଯାଉଛି। ଯୌନ ଶୋଷଣ ମାମଲାର ଅଭିଯୁକ୍ତ ବ୍ରିଜଭୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା। ଅଭିଯୁକ୍ତ ପାଓ୍ବାରରେ ଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବା ସ୍ବାଭାବିକ ବୋଲି ଧାରଣାରତ ଅଲିମ୍ପିଆନ କହିଛନ୍ତି ।

ଅପରପକ୍ଷେ କେବଳ କମିଟି ଗଠନ କରିଦେଇ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଅଲିମ୍ପିଆନ ଭିନେଶ ଫୋଗଟ। କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା ପରେ କୁସ୍ତି ଯୋଦ୍ଧା ଧାରଣାରୁ ଉଠିଥିଲେ। ମାତ୍ର ସେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ନେବା ବଦଳରେ କମିଟି ଗଠନ କରି ମାମଲା ଚପାଇ ଦେବାକୁ ଚେଷ୍ଟା କରିଥିଲେ ବୋଲି ଭିନେଶ କହିଛନ୍ତି। ସେପଟେ ନୂଆ ଅଲିମ୍ପିକ ନିୟମକୁ ନେଇ ରେସଲର ଧାରଣା ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଜରଙ୍ଗ ପୁନିଆ । ଧାରଣା ଅଲିମ୍ପିକ ନିୟମକୁ ନେଇ ନୁହେଁ, ମହିଳା ଖେଳାଳିଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଧାରଣାରେ ବସିଛୁ ବୋଲି ସେ କହିଛନ୍ତି ।

Latest Posts

Don't Miss