WTC 2025-27 ର ସିଡ୍ୟୁଲ ଘୋଷଣା କଲା ICC,ଜାଣନ୍ତୁ କେବେ କାହା ସହ ରହିଛି ଭାରତର ମ୍ୟାଚ୍
1 min read
ନନ୍ଦିଘୋଷ ବ୍ୟୁରୋ: WTC ୨୦୨୩-୨୫ର ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଛି ଦକ୍ଷିଣଆଫ୍ରିକା । ଏହି ବିଜୟ ପରେ ପରେ ପରବର୍ତ୍ତୀ ବର୍ଷ ପାଇଁ ସିଡ୍ୟୁଲ ଘୋଷଣା କରିଛି ICC । ତେବେ ଏହି ଟୁର୍ଣ୍ଣାମେଟରେ ମୋଟ ୭ଟି ଦଳ ରହିଥିବାବେଳେ ୭୧ଟି ମ୍ୟାଚ ଖେଳାଯିବ । ୧୭ ଜୁନରୁ ଆରମ୍ଭ ହେବ ମ୍ୟାଚ । ପ୍ରଥମେ ବାଲାଂଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେପଟେ ଅଷ୍ଟ୍ରେଲିଆ ସର୍ବାଧିକ ୨୨ଟି ମ୍ୟାଚ ଖେଳିବାକୁ ଥିବାବେଳେ ଇଂଲଣ୍ଡ ୨୧ଟି ମ୍ୟାଚ ଖେଳିବ । ଭାରତ ନିଜର ଅଭିଯାନ ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିବାକୁ ଯାଉଛି । ଶୁଭମନ ଗିଲଙ୍କ ନେତୃତ୍ବରେ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ଜୁନ୍ ୨୦ରୁ ଆରମ୍ଭ ହେବ ମ୍ୟାଚ୍ ।
ଭାରତ ମୋଟ ୧୮ଟି ମ୍ୟାଚ ଖେଳିବ । ଘରୋଇ ମାଟିରେ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ । ସେପଟେ ଇଂଲଣ୍ଡ, ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତ ।
ଟିମ୍ ଇଣ୍ଡିଆ ମ୍ୟାଚ୍
ଇଂଲଣ୍ଡ: ୫ଟି ମ୍ୟାଚ୍
ୱେଷ୍ଟଇଣ୍ଡିଜ୍: ୨ଟି ମ୍ୟାଚ୍
ଦକ୍ଷିଣ ଆଫ୍ରିକା: ୨ଟି ମ୍ୟାଚ୍
ଅଷ୍ଟ୍ରେଲିଆ: ୫ଟି ମ୍ୟାଚ୍
ଶ୍ରୀଲଙ୍କା: ୨ଟି ମ୍ୟାଚ୍
ନ୍ୟୁଜିଲ୍ୟାଣ୍ଡ: ୨ଟି ମ୍ୟାଚ୍