ପଦାରେ ପଡ଼ିଲା ଚାଇନା ଷଡ଼ଯନ୍ତ୍ର, କୋଭିଡ ଉତ୍ପତିସ୍ଥଳକୁ ପୁରସ୍କାର

1 min read

ନୂଆଦିଲ୍ଲୀ: ବଦମାସୀର ସୀମା ଟପିଲା ଚୀନ । କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ଲାଗି ପୁରସ୍କାର ଘୋଷଣା କରିଛନ୍ତି ଚୀନ ସରକାର । ୨୦୨୧ ଲାଗି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ମିଳିଛି ପୁରସ୍କାର । ଚାଇନିଜ ଏକାଡେମୀ ଅଫ ସାଇନସେସ ବା ସିଏଏସ ପକ୍ଷରୁ ଗତବର୍ଷଠାରୁ ସ୍କାନରରେ ରହିଥିବା ଉହାନ ଇନଷ୍ଟିଚ୍ୟୁଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚୀନର ବ୍ୟାଟ ଓମ୍ୟାନ କୁହାଯାଉଥିବା ସି ଝେଙ୍ଗଲି ଓ ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ଉହାନ ନ୍ୟାସନାଲ ବାୟୋସେଫଟି ଲବରେଟୋରୀର ନିର୍ଦ୍ଦେଶକ ୟୁହାନ ଝିମିଙ୍ଗଙ୍କୁ ଉଲ୍ଲେଖନୀୟ ସଫଳତା ଲାଗି ପୁରସ୍କାର ମିଳିଛି ।

ଗତ ୫ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ପୁରସ୍କୃତ କରାଯାଇଛି । ଚାଇନିଜ ଏକାଡେମୀ ଅଫ ସାଇନସେସ କହିଛି- କୋଭିଡ ୧୯ର ଆରମ୍ଭ ହେବା ପରେ ଏହି ପ୍ରତିଷ୍ଠାନ ତୁରନ୍ତ ପାଥୋଜେନର ସନ୍ଧାନ କରିଥିଲା । ଷୋଗ ଭାଇରସର ସମ୍ପୂର୍ଣ୍ଣ ଜିନୋମ ସିକ୍ବେନସିଂ କରିବାରେ ସକ୍ଷମ ହୋଇଥଲା । ଅଳ୍ପଦିନ ଭିତରେ ଏହି ପ୍ରକ୍ରିୟା ଯୋଗୁ ଭାଇରସକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥିଲା ।

ଉଲ୍ଲେଖନୀୟ ଗବେଷଣା ଯୋଗୁ ଭାଇରସର ବେସିକ ବାୟୋଲୋଜିକାଲ ଗୁଣଗୁଡିକୁ ଚିହ୍ନଟ କରାଯାଇପାରିଥିଲା ଏବଂ ପ୍ରମାଣିତ ହୋଇଥିଲା ଯେ ବାଦୁଡି ଜରିଆରେ ଆସିଥିବା ଏହି ଭାଇରସ ପରିବର୍ତ୍ତିତ ରୂପରେ କୋଭିଡ ୧୯ ଭାବେ ବ୍ୟାପୀ ଥିଲା । ଏହା ସହ ବୈଜ୍ଞାନିକମାନେ ମାନବର ଏସିଇ-୨କୁ ବ୍ୟବହାର କରି କୋଭିଡର ଏକ ଆନିମଲ ମଡେଲ ବାହାର କରିଥିଲେ ଏବଂ ଏହାର ସଂକ୍ରମଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରିଥିଲେ । ସେମାନେ ଅତ୍ୟନ୍ତ ଜଟିଳ ଓ ପର୍ଯ୍ୟାୟଭୁକ୍ତ ପ୍ରଣାଳୀରେ କୋଭିଡ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply