spot_img

Latest Posts

ଆମେରିକା ସେନା ସହ ସମକକ୍ଷ ହେବାକୁ ଚୀନ ସେନାକୁ ନିର୍ଦ୍ଦେଶ ଦେଲେ ଜିନପିଙ୍ଗ

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ଦିନ ସଶସ୍ତ୍ର ବାହିନୀର ଯୁଦ୍ଧ ତାଲିମକୁ ମଜବୁତ କରିବାକୁ ଏବଂ ଯୁଦ୍ଧରେ ଜିତିବାର କ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶାସକ କମ୍ୟୁନିଷ୍ଟ ପାର୍ଟି ପିପୁଲ୍ସ ଲିବରେସନ୍ ଆର୍ମି (PLA)କୁ ବା ନିଜ ବଳକୁ ୨୦୨୭ ସୁଦ୍ଧା ଆମେରିକାର ସେନା ସହ ସମାନ କରିବାକୁ ଯୋଜନା କରିଛି ।

ସି ଜିନପିଙ୍ଗ କହିଛନ୍ତି ଯେ, ଯୁଦ୍ଧ ଜିତିବା ପାଇଁ ସେନା ତାଲିମ ଉପରେ ଧ୍ୟାନ ଦେବା ଉଚିତ୍

ନିକଟରେ ସେ, ନିଜର ଏହି ମନ୍ତବ୍ୟ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, PLA ଅତ୍ୟାଧୁନିକ ଜ୍ଞାନକ କୌଶଳ ଗ୍ରହଣ କରିବା ଉଚିତ୍ । ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି)ର ଅଧ୍ୟକ୍ଷ ତଥା ମିଲିଟାରୀ କମିଶନ (ସିଏମସି)ର ଚେୟାରମ୍ୟାନ୍ ୬୭ ବର୍ଷିୟ ଜିନ୍‌ପିଙ୍ଗ୍‌ ‘ସିଏମ୍‌ସି’ର ଏକ ସଭାରେ ଭାଷଣ ଦେବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।

ଚୀନ୍‌ର ସେନାର ଯୁଦ୍ଧ ଲଢ଼େଇର ଦକ୍ଷତା, ନିରାପତ୍ତା, ପରିବେଶ ଏବଂ ଆଧୁନିକ ଯୁଦ୍ଧ କୌଶଳର ରୂପରେଖରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି । ସେନାରେ ବୈଜ୍ଞାନିକ ଏବଂ ବୈଷୟିକ ଶିକ୍ଷାଦୀକ୍ଷା ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

୨୦୨୭ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ସେନା ସମକକ୍ଷ ସମ୍ପୂର୍ଣ୍ଣ ଆଧୁନିକ ସେନା ନିର୍ମାଣ କରିବାକୁ ନିକଟ ଅତୀତରେ ଶେଷ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଚୀନ୍‌ର କମ୍ୟୁନିଷ୍ଟ୍‍ ପାର୍ଟି ଚୂଡ଼ାନ୍ତ କରିଥିଲା। ‘ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ମତରେ, ୨୦୧୯ରେ ଚୀନ୍‌ ସେନା ୨୩୨ ବିଲିୟନ୍‌ ଡଲାର୍‌ ବ୍ୟୟ କରିଛି। ୨୦୨୦ରେ ଚୀନ୍‌ର ସାମରିକ ବ୍ୟୟ ଅଟକଳ ଥିଲା ୧୭୯ ବିଲିୟନ୍‌ ଡଲାର୍‌।

Latest Posts

Don't Miss