KGF-3 ନେଇ ବଡ଼ ସୂଚନା, ଶେଷ ହେବାକୁ ଯାଉଛି ସବୁ ଅପେକ୍ଷା

1 min read

ମୁମ୍ବାଇ: ପୁଣି ଆସିବେ ରକି ଭାଇ । ପୁଣି ଖଣିରୁ ବାହାରିବ ସୁନା । ପୁଣି ରକି ଭାଇ ନାଁରେ ଥରିବେ ଶତ୍ରୁ । ଆଜ୍ଞା ହଁ KGF ଚାପ୍ଟର ୩ ଆସିବାକୁ ଯାଉଛି । ଏନେଇ ଏବେ ବଡ଼ ଖୁଲାସା ହୋଇଛି ।

KGF ଚାପ୍ଟର ୨କୁ ବର୍ଷେ ପୁରିଛି । ଏକ ବର୍ଷ ପରେ ବି ଦର୍ଶକଙ୍କ ମନରୁ ଲିଭିନି ରକି ଭାଇଙ୍କ କ୍ରେଜ୍ । ଦର୍ଶକ ଏବେ ବି ଅପେକ୍ଷା କରିଛନ୍ତି ରକି ଭାଇଙ୍କୁ । KGF ୨ରେ ରକି ଭାଇ ମାନେ ଫିଲ୍ମର ହିରୋ ୟଶଙ୍କୁ ସମୁଦ୍ରରେ ବୁଡ଼ିବା ଦେଖାଯାଇଥିଲା । ଏହି ଫିଲ୍ମର ଶେଷରେ ବି ଚାପ୍ଟର ୩ ନେଇ ବି ଛୋଟିଆ ହିଣ୍ଟ ଦିଆଯାଇଥିଲା । ଏହା ପରଠୁ ଫ୍ୟାନ୍ସମାନେ ଚାପ୍ଟର ୩ ନେଇ କେବେ ସୂଚନା ଆସିବ ସେ ନେଇ ଅପେକ୍ଷା କରିଥିଲେ । ଏହାକୁ ନେଇ ୟଶ କୌଣସି ସୂଚନା ଦେଇ ନଥିଲେ ବି ବଡ଼ ଖବର ଆସି ପହଞ୍ଚିଛି ।

ହମ୍ବଲ ଫିଲ୍ମସ KGF ଚାପ୍ଟର ୨କୁ ବର୍ଷେ ପୁରି ଥିବାରୁ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ରକି ଭାଇଙ୍କ ଆକ୍ସନ ଏବଂ ଜୀବନୀକୁ ନେଇ ସେଲିବ୍ରେଟ କରାଯାଇଛି । ଏହି ଭିଡିଓରେ କାହାଣୀ ଓଲଟା ଚାଲୁଥିବାର ଆପଣ ଦେଖିବାକୁ ପାଇବେ । ଏହା ସହ ଏଥିରେ କିଛି ପ୍ରଶ୍ନ ବି ଲେଖାଯାଇଛି । ରକି ଭାଇ ୧୯୭୮ରୁ ୧୯୮୧ ଯାଏ କେଉଁଥି ଥିଲେ ବୋଲି ପ୍ରଶ୍ନ ରହିଛି । ୩ ବର୍ଷ ରକି ଭାଇ ଗାଏବ ହେବା ପଛର କାରଣ କ’ଣ? ଏହି କାହାଣୀକୁ ନେଇ ଚାପ୍ଟର ୩ ଆସିବାକୁ ଯାଉଛି । ଏହି ଭିଡିଓରେ କୁହାଯାଉଛି ଯେ, ସବୁଠୁ ବଡ଼ ଟକ୍କର ଏବେ ଦେଖିବା ବାକି ଅଛି । କ’ଣ ପ୍ରତିଜ୍ଞା ପୂରା କରାଯାଇଛି?

ଏପରି କିଛି ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉତ୍ସାହ ବଢ଼ାଇ ଦେଇଛି । ମେକର୍ସ ବହୁତ ଜଲଦି KGF ଚାପ୍ଟର ୩ ନେଇ ସୂଚନା ଦେଇପାରନ୍ତି ।