ଆହୁରି ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର, ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: ଆହୁରି ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ଉପରି ଭାଗରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ପାଇଁ ତାତି ବଢ଼ିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅନ୍ୟପଟେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିଥିଲେ ମଧ୍ୟ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ସେପଟେ ୧୨ ଓ ୧୩ ତାରିଖ ବେଳକୁ ରାଜ୍ୟରେ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଜୁନ ଦ୍ବିତୀୟ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।