ଘନ କୁହୁଡ଼ି ପାଇଁ ୟଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତର ପ୍ରଭାବ । ଏହାସହ ସାରା ରାଜ୍ୟରେ ଜାରି ରହିଛି ଘନ କୁହୁଡ଼ି । ଘନ କୁହୁଡ଼ିରେ ପାଖ ଜିନିଷ ଦେଖିବା ମଧ୍ୟ ଅସମ୍ଭବ ହେଉଛି । ଫଳରେ ରାସ୍ତାରେ ଜାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଏହାସହ ରାଜ୍ୟରେ ପାରଦ ଖସିବାରେ ଲାଗିଛି । ଦିନ ଅପେକ୍ଷା ରାତିରେ ପାରଦ ସାମାନ୍ୟ ଖସୁଛି । ଫଳରେ ରାଜ୍ୟରେ ଅଧିକ ଶୀତ ଅନୁଭୁତ ହେଉଥଛି । ସେହିପରି  ଗତ ୨୪ ଘଣ୍ଟାରେ ଫୁଲବାଣୀ ୮.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

ଘନ କୁହୁଡ଼ିର ଆସ୍ତରଣରେ ସକାଳ ୯ ଯାଏଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି  । ସେହିପରି ଦୁର୍ଘଟଣାର ଅନୁମାନ କରାଯାଇ ଘନ କୁହୁଡ଼ି କାରଣରୁ ରାଜ୍ୟର ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ସୋନପୁର, ନୟାଗଡ଼ ଓ ବରଗଡ଼ରେ ଘନ କୁହୁଡ଼ି ନେଇ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର  ।

Leave a Reply