ଢେଙ୍କାନାଳ ଡେଙ୍ଗୋବୋରେଇ ଗାଁରେ ଅଭାବନୀୟ ଘଟଣା, ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ମାରିଦେଲେ

ଢେଙ୍କାନାଳ: ଚୋରିକୁ କେନ୍ଦ୍ର କରି ବସିଥିଲା ଗ୍ରାମସଭା । ଗ୍ରାମସଭାରୁ ଯୁବକଙ୍କୁ ଟେକି ନେଇ ପିଟିପିଟି ମାରିଦେଲେ । ଅନ୍ୟ ଜଣେ ଯୁବକ ଗୁରୁତର । ଢେଙ୍କାନାଳ ସଦରଥାନା ଡେଙ୍ଗୋବୋରେଇ ଗାଁର ଘଟଣା । ମୃତକ ହେଲେ ଅକ୍ଷୟ ପଣ୍ଡା, ଗୁରୁତର ଆହତ ଯୁବକ ଲିପୁ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ହେମନ୍ତ ରାଉତ ସଦର ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନା ଅନୁସାରେ ଡେଙ୍ଗୋବୋରେଇ ଗାଁରେ ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି ଚୋରି ହୋଇଥିଲା । ଯେଉଁଥିରେ ଅକ୍ଷୟ ଓ ଲିପୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ଗାଁରେ ବସିଥିଲା ସଭା । ସଭାରୁ ଅକ୍ଷୟ ଓ ଲିପୁଙ୍କୁ ହେମନ୍ତ ରାଉତ ଓ ତା’ର କିଛି ସହଯୋଗୀ ଉଠାଇ ନେଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କରି ନିଜେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ସଦରଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।