ରାଜଧାନୀରେ ପୁଣି ରକ୍ତପାତ, ତ୍ରିକୋଣୀୟ ପ୍ରେମକୁ ନେଇ ଯୁବକଙ୍କୁ ଛୁରା ମାଡ଼

ଭୁବନେଶ୍ୱର: ଅଶାନ୍ତ ହେଲାଣି ରାଜଧାନୀ । କଥା କଥାରେ ରକ୍ତ ରଞ୍ଜିତ ହେଉଛି ରାଜଧାନୀ ରାଜରାସ୍ତା । ପ୍ରେମ ସମ୍ପର୍କକୁ ନେଇ ବଢ଼ୁଛି ଆକ୍ରମଣ ପ୍ରତିଆକ୍ରମଣ । କଥା କଥାରେ ହେଉଛି ରକ୍ତପାତ । ଗତକାଲି ସନ୍ଧ୍ୟାରେ ପ୍ରେମ ସମ୍ପର୍କକୁ ନେଇ ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଶୈଳଶ୍ରୀବିହାର ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ ନେଇ ବହିଛି ରକ୍ତ । ଦୁଇ ପ୍ରେମିକଙ୍କ ମଧ୍ୟରେ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ତ୍ରିକୋଣୀୟ ପ୍ରେମକୁ ନେଇ ଜଣଙ୍କୁ ଛୁରାମାଡ଼ କରିଥିଲେ ଆଉ ଜଣେ ପ୍ରେମିକ । ସୂଚନା ଅନୁସାରେ ଉଭୟ ପ୍ରେମିକ ପଟିଆ ଅଞ୍ଚଳର ଏକ ଘରୋଇ କଲେଜର ଛାତ୍ର । ଉଭୟ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ମୋବାଇଲ ଓ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ହୋଇଥିଲା । ଯୁକ୍ତିତର୍କ ପରେ ଛୁରାମାଡ଼ ହୋଇଥିଲା । ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ପ୍ରେମ ସମ୍ପର୍କକୁ ନେଇ ଛୁରାମାଡ଼ ଘଟଣା ନୂଆ ନୁହେଁ  । ଚଳିତ ମାସରେ ମଧ୍ୟ ପ୍ରେମିକାକୁ କମେଣ୍ଟମରାରୁ ପ୍ରେସ ଛକରେ ଛୁରା ମାଡ଼ରେ ଜଣଙ୍କର ମୃତ୍ୟ ହୋଇଥିଲା ।

Leave a Reply