ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ନଦୀପଠାରୁ ଜବତ ହେଲା ମୃତଦେହ। ମୃତଦେହକୁ ଫିଙ୍ଗିଦେଇ ପ୍ରେମିକ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଂଚଳରେଭାଗ୍ୟ ଡାକୁଆ । ଯୁବତୀ ଜଣକ ୪ ମାସ ତଳୁ ପ୍ରେମିକ ସହ ଘରୁ ପଳେଇ ଯାଇଥିଲେ।
ଘଟଣାରେ ପ୍ରେମିକ ସହ ତିନି ଜଣଙ୍କୁ ଅଟକ ରଖିଛି ଧଉଳି ଥାନା ପୋଲିସ। ମୃତଦେହକୁ ନଷ୍ଟ କରିବାକୁ ଯାଉଥିବା ବେଳେ ବାଇକରୁ ପଡିଯାଇଥିବା ସୂଚନା। ପରେ ବାଇକ ସହ ଯୁବତୀଙ୍କ ମୃତଦେହ ଛାଡି ଫେରାର ହୋଇଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ। ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ। ପ୍ରାଥମିକ ତଦନ୍ତ ବେଳେ ପୋଲିସ ଏହାକୁ ଦୁର୍ଘଟଣା ବୋଲି କହିଥିଲା । କିନ୍ତୁ ପରେ ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ସନ୍ଦେହ କରାଯାଉଛି। ପ୍ରେମିକ ନାଁ ରାଜୁ ବିହାରୀ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

