PUCCରୁ ଚାଲାଣ ଅଲଗା କରିବାକୁ ଯୁବ ବିଜେଡିର ଦାବି
ନନ୍ଦିଘୋଷ ବ୍ୟୁରୋ: PUCCରୁ ଚାଲାଣକୁ ଅଲଗା କରାଯିବାକୁ ପୁଣି ଦାବି କଲା ଯୁବ ବିଜେଡି । ସରକାର ତାରିଖ ପରେ ତାରିଖ ନୀତି ଚଳାଇଛନ୍ତି । ଏଥିରୁ ଫାଇଦା ମିଳିବନି । ହାଇକୋର୍ଟଙ୍କ ଛାଟ ପାଇଁ ସରକାର ସମୟ ସୀମା ବଢାଇ ଚାଲିଛନ୍ତି । ପୂର୍ବରୁ କେବେ PUCC ସହ ଚାଲାଣ ଲିଙ୍କ ନଥିଲା । ବିଧାନସଭା ସମୟରେ ବିରୋଧ ଭୟରେ ଏହାକୁ କଲେନି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଯୁବ ବିଜେଡି ଦାବି କରିଛି ।
ଯୁବ ବିଜେଡି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ପରିବହନ ଅଧିକାରୀଙ୍କୁ ଡାକି ଏହାକୁ ପ୍ରତ୍ୟାହାର କରନ୍ତୁ । ପୋଲିସକୁ ଟାର୍ଗେଟ ଦିଆଯାଇଛି ନମ୍ବର ପ୍ଲେଟ ଫଟୋ ଉଠାଉଛନ୍ତି । ପରିବହନ ବିଭାଗ ଫାଇନ କରୁଛି । ଲୋକ କ’ଣ ଲୋନ କରି ଫାଇନ ଦେବେ ବୋଲି ଦଳ ପ୍ରଶ୍ନ କରିଛି । ଏହା ବିରୋଧରେ ଜନ ଆନ୍ଦୋଳନ ହେଲାଣି । ଗତକାଲି ଆନ୍ଦୋଳନକୁ ବହୁ ସମର୍ଥନ ମିଳିଛି । ମିଛ ଫାଇନ ବିରୋଧରେ ଟ୍ରାଫିକ ପୋଷ୍ଟ ଆଗରେ ଜନ ସଚେତନତା କରାଯିବ । ଲଘୁ ଖଣିଜରୁ ଟଙ୍କା ଆସୁନି ବୋଲି ଲୋକଙ୍କୁ ଭରଣା କରି ଲୁଟ କରିବାକୁ ସରକାର ବେଡି ଉପରେ କୋରଡ଼ା ମାଡ କରୁଛନ୍ତି । ପିୟୁସି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ, ଆନ୍ଦୋଳନ ଆହୁରି ବ୍ୟାପକ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଲୋକେ ହଇରାଣ ହେଉଛନ୍ତି, ନବୀନ ପଟ୍ଟନାୟକ ଚୁପ ବସି ନାହାନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି ବିଜୁ ଯୁବ ଜନତା ଦଳ ।
ଇଂରେଜ କର ଆଦାୟକୁ ବଳିଗଲା ପ୍ରଦୂଷଣ ଫାଇନ୍: ଭକ୍ତ
ପ୍ରଦୂଷଣ ଉପରେ ରାଜ୍ୟ ସରକାରଙ୍କ ଫାଇନ ଆଦାୟ ବ୍ୟବସ୍ଥା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା କରିଛନ୍ତି । ସେ ହକିଛଇ, ଇଂରେଜମାନଙ୍କ କର ଅସୁଲି ବ୍ୟବସ୍ଥାକୁ ବଳିଯାଇଛି ପଲ୍ୟୁସନ ଫାଇନ ଆଦାୟ । ଫାଇନ ନାଁରେ ଲୋକଙ୍କଠାରୁ ଜିଜିୟା କର ଅସୁଲି କରାଯାଉଛି । ଲୋକଙ୍କୁ ଲୁଟିବାକୁ ଯୋଜନା ଚାଲିଛି । ପଲ୍ୟୁସନ ସାର୍ଟିଫିକେଟ ଅଛି ନା ନାହିଁ ଯାଞ୍ଚ କରାଯାଉନି। ବାଇକର ଯେତିକି ଦାମ ନୁହେଁ ତା’ଠୁ ଅଧିକ ଫାଇନ ପଡୁଛି । ଅନୁଗୁଳ, ତାଳଚେର, କଳିଙ୍ଗନଗରରେ ଥିବା ବଡ଼ ବଡ଼ କମ୍ପାନୀ କେତେ ପଲ୍ୟୁସନ କରୁଛନ୍ତି ସାର୍ଟିଫିକେଟ ଦେଖାଇ ପାରିବେ କି ସରକାର । ଲୋକଙ୍କୁ ୬ ମାସ ସମୟ ଦେଇ ପଲ୍ୟୁସନ ସାର୍ଟିଫିକେଟ ପାଇଁ ଅଧିକ ସୁବିଧା କରାନ୍ତୁ ସରକାର । ଆସନ୍ତାକାଲି ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଯୁବ କଂଗ୍ରେସ । ଆଗକୁ ମୁଖ୍ୟମନ୍ତ୍ରୀ ବାସଭବନ ସହ ବିଧାନସଭା ଘେରାଉ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

