ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା

ବଲାଙ୍ଗୀର: ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା। ନିଜକୁ ନିଜେ ଛୁରି ଭୁସି ଆତ୍ମହତ୍ୟା କଲା ପ୍ରେମିକ। ବଲାଙ୍ଗୀର ସଦରଥାନା ଦୁଆନପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ କୁମପଥର ଗାଁର ଗାନ୍ଧୀ ଶଣ୍ଢ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି।