ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ

ମଝି ନଈରୁ ଉଦ୍ଧାର ହେଲେ ଯୁବକ। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲା ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ମଝିନଇରେ ଫସିରହିଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲୋ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା । ଶେଷରେ ହେଲିକପ୍ଟର ଯୋଗେ ଯୁବକକୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲା। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଂଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡା ହୋଇ ରହିଛନ୍ତି। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପରେସନ କରାଯାଇ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା।