ମହାନଦୀ ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ ଯୁବକ

Youth Suicide Attempt In Sonepur Jumped From Mahanadi Bridge

ସୁବର୍ଣ୍ଣପୁର: ବିନିକା ମହାନଦୀ ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଆଜି ସନ୍ଧ୍ୟାରେ ଜଣେ ଯୁବକ ବିନିକା ସହର ନିକଟରେ ଥିବା ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବିନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆସି ଯୁବକଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Youth Suicide Attempt In Sonepur Jumped From Mahanadi Bridge

ସେଠାରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଯୁବକ ଜଣକ ଅନ୍ତର୍ଡା ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡ଼ିଛି । ତେବେ କ’ଣ ପାଇଁ ଯୁବକ ଜଣକ ମହାନଦୀକୁ ଡେଇଁଲେ ତାହା ଜଣା ପଡ଼ିନାହିଁ । ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।