spot_img

Latest Posts

TikTokକୁ ଟକ୍କର ଦେବା ପାଇଁ YouTubeର ନୂଆ ପ୍ଲାନ୍… ଖୁବ ଶୀଘ୍ର ହେବ ଲଞ୍ଚ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଏକ ନୂଆ ଫିଚର ଲଞ୍ଚ କରିବାର ପ୍ରସ୍ତୁତି କରୁଛି। ଏଥିରେ ୟୁଜର୍ସ ଟିକଟକ୍ ଭଳି ଶର୍ଟ ଭିଡିଓ କରି ପାରିବେ। ସୂଚନାଯୋଗ୍ୟ ଯେ, କମ୍ପାନୀ ବର୍ତ୍ତମାନ ଏହି ଫିଚର ଉପରେ କାମ କରୁଛି ଏବଂ ୨୦୨୦ ଶେଷ ଯାଏଁ ଏହାକୁ ଲଞ୍ଚ କରିବ। ଏହାକୁ ‘Shorts’ ନାମରେ ଜଣାଯିବ। ଏହି ଫିଚର ଜରିଆରେ ୟୁଟ୍ୟୁବ୍ ଟିକଟକ ସହ ମୁକାବିଲା କରିବ ବୋଲି କୁହାଯାଉଛି ।

କିଛି ଦିନ ପୂର୍ବରୁ ଲଞ୍ଚ ହୋଇଥିବା ଟିକଟକ୍ ଶର୍ଟ ଭିଡିଓ ଅନେକ ଲୋକପ୍ରିୟତା ହାସଲ କରିଥିଲା। ସେଥିପାଇଁ ଏବେ ୟୁଟ୍ୟୁବ୍ ଟିକଟକ କୁ ଟକ୍କର ଦେବା ପାଇଁ ଏହି ନୂଆ ଫିଚର ଆରମ୍ଭ କରିବ ।

କ୍ରିଏଟର୍ସଙ୍କୁ ଏବେ ୟୁଟ୍ୟୁବ୍ ଏହି ଅଫର ଦେଇଛି। ୟୁଟ୍ୟୁବ୍ ‘ଶର୍ଟସ୍’ ନାମକ ଫିଚର ଉପରେ କାମ କରୁଛି ଯାହାକୁ ମୋବାଇଲ୍ ଆପ୍ ଜରିଆରେ ଲଞ୍ଚ କରାଯିବ।

ଏଥିରେ ୟୁଜର୍ସଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଶର୍ଟ ଭିଡିଓ କ୍ଲିପ୍ସ ସାମିଲ ହେବ। ଗୁଗଲକୁ ବଡ଼ ଲାଇସେନ୍ସଡ ମ୍ୟୁଜିକ୍ ଏବଂ ସଙ୍ଗ୍ କ୍ୟାଟେଲଗର ମଧ୍ୟ ଫାଇଦା ହେବ ଯାହାକୁ କ୍ରିଏଟର୍ସ କଣ୍ଟେଣ୍ଟ କରିବା ପାଇଁ ବ୍ୟବହାର କରି ପାରିବେ ।

Latest Posts

Don't Miss