ବିରାଟଙ୍କୁ ସୁନା ଜୋତା ଉପହାର ଦେଲେ ଯୁବରାଜ, ଲେଖିଲେ ଏମିତି କିଛି…

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି । ବିରାଟଙ୍କୁ ଦେଇଥିବା ବାର୍ତ୍ତାରେ ଯୁବରାଜ ବିରାଟଙ୍କ କ୍ରିକେଟ କ୍ୟାରିୟରକୁ ବେଶ୍ ପ୍ରଶଂସା କରିଛନ୍ତି । ଏଥିସହ ବିରାଟ କୋହଲିଙ୍କୁ ଏକ ଗୋଲ୍ଡେନ ବୁଟ୍ ମଧ୍ୟ ଉପହାର ଭାବରେ ଦେଇଛନ୍ତି ଯୁବରାଜ । ତୁମର ଅବଦାନ ପାଇଁ ମୋ ପକ୍ଷରୁ ଏକ ସୁନା ବୁଟ ଉପହାର ଦେଇଛି ବୋଲି ଯୁବରାଜ ସିଂ ଲେଖିଛନ୍ତି ।

ଯୁବରାଜ ବିରାଟ କୋହଲିଙ୍କୁ ତାଙ୍କ ଅନୁଶାସନ ଏବଂ ଖେଳ ପ୍ରତି ଥିବା ସମର୍ପଣ ପାଇଁ ପ୍ରଶଂସା କରିଛନ୍ତି । ଯୁବରାଜ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ ଦୁନିଆ ପାଇଁ ତୁ କିଙ୍ଗ୍ ହୋଇପାରୁ କିନ୍ତୁ ମୋ ପାଇଁ ସର୍ବଦା ଚିକୁ ହୋଇ ରହିବୁ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଆପଣ ଜଣେ ଛୋଟ ବାଳକରୁ ଖେଳ ଆରମ୍ଭ କରି ଏକଦା ମହାନ ଖେଳାଳିଙ୍କ ସହିତ କାନ୍ଧରେ କାନ୍ଧରେ ମିଶାଇ ଚାଲୁଥିଲ । କିନ୍ତୁ ବର୍ତ୍ତମାନ ଆପଣ ନିଜେ ମହାନ ଖେଳାଳିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛ । ଏଥିସହ ନୂଆ ଖେଳାଳିଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛ ।

ଟିମ୍ ଇଣ୍ଡିଆ ଦୁଇ ଦୁଇଟି ବିଶ୍ୱକପ୍ ବିଜେତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂହ ଆହୁରି ମଧ୍ୟ ଲେଖିଛନ୍ତି- ନେଟସରେ ଆପଣଙ୍କ ଅନୁଶାସନ, ଫିଲ୍ଡରେ ଆପଣଙ୍କ ଆଗ୍ରହ ଏବଂ ଖେଳ ପ୍ରତି ତୁମର ସମର୍ପଣ ଆମ ଦେଶର ଯୁବ ଖେଳାଳିଙ୍କୁ କ୍ରିକେଟ ଖେଳିବାକୁ ପ୍ରେରିତ କରିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ବିଜୟ ଲାଭ କରିଥିଲେ ।

Leave a Reply