spot_img

Latest Posts

ସରୁନି ଜେଡ୍ ଇଷ୍ଟେଟର ଦାଦାଗିରି କାହାଣୀ

ଭୁବନେଶ୍ବର: କହୁଥିଲେ ସରିବନି ଜେଡ୍ ଇଷ୍ଟେଟର ଦାଦାଗିରି କାହାଣୀ। ଜେଡ୍ ଇଷ୍ଟେଟ ଦ୍ବାରା ନିର୍ମିତ ଜେଡ୍ ଓ୍ବାନ ହାଉସିଂ ପ୍ରକଳ୍ପରେ ବେଆଇନ କାରବାରର ଲମ୍ବା ତାଲିକା। ରିଏଲ ଇଷ୍ଟେଟ ଆଇନର ସବୁ ନିୟମକୁ ଉଲ୍ଲଂଘନ କରିଛି ଜେଡ୍ ଇଷ୍ଟେଟ। ନ୍ୟାୟ ପାଇଁ ଏନଜିଟିରୁ ହାଇକୋର୍ଟ ଦୌଡ଼ିଛନ୍ତି ଜେଡ୍ ଓ୍ବାନ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ। ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ପଲିଟିକାଲ ଓ ମିଡିଆ ପାଓ୍ବାର ଦେଖାଇ ଘର ମାଲିକଙ୍କୁ ଜେଡ୍ ଇଷ୍ଟେଟ୍ ଧମକାଉଥିବା ଅଭିଯୋଗ ହୋଇଛି। ଘରମାଲିକଙ୍କ ଅଭିଯୋଗର ସତ୍ୟାସତ୍ୟ ନେଇ ବିଭିନ୍ନ ଏଜେନ୍ସି ସ୍ଥିତି ଅନୁଧ୍ୟାନ କରିଛନ୍ତି, ଏବେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା।

ଜେଡ୍ ଇଷ୍ଟେଟ୍ ମନମାନି। ସରିଛି ସ୍ଥିତି ଅନୁଧ୍ୟାନ, ଖୁବ୍ ଶୀଘ୍ର ଆକ୍ସନ୍। ଜେଡ୍ ଓ୍ବାନ ହାଉସିଂ ପ୍ରକଳ୍ପରେ ଡେଭଲପର ଜେଡ୍ ଇଷ୍ଟେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିକ୍ରି ଏଗ୍ରିମେଣ୍ଟରେ ବେଆଇନ ଭାବେ `ପ୍ରମୋଟର ଏରିଆ’ କହି କମନ ଏରିଆକୁ ନିଜ କବଜାରେ ରଖିଛି ଜେଟ୍ ଇଷ୍ଟେଟ୍। ହାଇକୋର୍ଟ ଓ ବିଡିଏ ଏଭଳି ଭୁଲ୍ ଏଗ୍ରିମେଣ୍ଟକୁ ନାକଚ କରିଥିବା ବେଳେ ଜେଡ୍ ଇଷ୍ଟେଟର ମୋହ ତୁଟିନାହିଁ। ନିଜ ସମ୍ପର୍କୀୟଙ୍କ ନାମରେ କମ୍ପାନୀ ଗଢି କ୍ଲବ ହାଉସ, ସ୍ବିମିଂ ପୁଲ୍, ଗାର୍ଡେନ ଏରିଆ, ରାସ୍ତାକୁ ନିଜ ଅକ୍ତିଆରରେ ରଖିବା ସହ ଏହାର ବ୍ୟବହାର ପାଇଁ ଘର ମାଲିକମାନଙ୍କ ଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଛି। ଏହାକୁ ଜୋରଦାର ବିରୋଧ କରିଛନ୍ତି ଘର ମାଲିକ। ନିଜ ହକ୍ ପାଇଁ ୪୪୦ପରିବାର ଏକାଠି ହୋଇ ଲଢୁଛନ୍ତି । ନ୍ୟାୟାଳୟ ଉପରେ ଭରସା ରଖିଛନ୍ତି। ଜେଡ୍ ଇଷ୍ଟେଟର ଅରାଜକତାର ଶୀଘ୍ର ଅନ୍ତ ହେବ ବୋଲି ଆଶା ରଖିଛନ୍ତି।

ତ୍ରୁଟିପୂର୍ଣ୍ଣ ଏଗ୍ରିମେଣ୍ଟ ଉପରେ ରୋକ୍ ଲାଗିଥିବା ବେଳେ ପରିବେଶ ଗାଇଡଲାଇନ ଉଲ୍ଲଂଘନ ମାମଲାରେ ଏନଜିଟିର ନିର୍ଦ୍ଦେଶ ବଳରେ ବିଭିନ୍ନ ଏଜେନ୍ସି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୌରଶକ୍ତି ପ୍ଲାଣ୍ଟରୁ ଉତ୍ପାଦନ, ପ୍ରକଳ୍ପର ୨୦ପ୍ରତିଶତ ଗ୍ରୀନ ବେଲ୍ଟ, ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ସଠିକ୍ ପରିଚାଳନା, ଡିଜି ସେଟର ସ୍ଥିତି ସଂପର୍କରେ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ରିପୋର୍ଟକୁ ଅପେକ୍ଷା ରହିଛି । ଭୂତଳ ଜଳ ରିଚାର୍ଜ ଏବଂ ବୋରଓ୍ବେଲ ଜରିଆରେ ଭୂତଳ ଜଳ ବ୍ୟବହାରର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ। ସ୍ଥିତି ଅନୁଧ୍ୟାନ ବେଳେ ଜେଡ୍ ଇଷ୍ଟେଟ ସବୁ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ତଦନ୍ତକାରୀ ଏଜେନ୍ସି ସୁତ୍ରରୁ ଜଣାପଡ଼ିଛି। ରିପୋର୍ଟ ଆସିଲେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ।

Latest Posts

Don't Miss