ନିର୍ବାଚନ ପୂର୍ବରୁ କମିସନରେଟ ପୋଲିସର ଜିରୋ ଟଲେ୍ରାନ୍ସ

1 min read

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ କମିସନରେଟ ପୋଲିସର ଜିରୋ ଟଲେ୍ରାନ୍ସ । ଅପରାଧୀ ମାନଙ୍କ ଉପରେ ନଜର ରଖିଛି ପୋଲିସ । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆରମ୍ଭ ହୋଇଛି ଆକ୍ସନ । ଭୁବନେଶ୍ୱରରେ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୪୩୮ ଟି NBW ଜାରି କରିଛି ପୋଲିସ ।  ଏହାସହ ଅନ୍ୟ ଅପରାଧିକ ମାମଲାରେ ଏକ ହଜାର ୭୧୯ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି | ସେହିଭଳି ୨୫୮ ଟି ଏକ୍ସସାଇଜ କେସ ଡିଟେକ୍ଟ ହୋଇଛି । ୬୮୮ ଲିଟର ବିଦେଶୀ ମଦ ଓ ୧୧ ହଜାର ୩ଶହ ଲିଟର ଦେଶୀ ମଦ ଜବତ ସହ ୨୧୨ ଜଣଙ୍କୁ ଗିରଫ କରିଛି ପୋଲିସ | ରାଜଧାନୀରୁ ୫୭୬ ଗ୍ରାମ ବ୍ରାଉନସୁଗାର, ୫୯୧ କେଜି ଗଞ୍ଜେଇ ଜବତ ସହ ୫୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ସ୍ପେଶାଲ କ୍ରାଇମ ୟୁନିଟ ପାଞ୍ଚଟି ବେଆଇନ ବନ୍ଧୁକ, ୨୪ ଟି ଗୁଳି ଜବତ କରିଛି । ୮୬୦ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଡିସିପି ଅଫିସରେ ଡିପୋଜିଟ ହୋଇଛି । ଆହୁରି ୪୦୩ ଡିପୋଜିଟ ହେବାକୁ ବାକି ରହିଛି । ରାଜଧାନୀରେ ଗୋଟିଏ ସେକ୍ସନ CAPF ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛନ୍ତି । ସେହି କଟକରେ କମିସନରେଟ ପୋଲିସ ତରଫରୁ ୪୨୮ ଟି NBW ଜାରି କରାଯାଇଛି । ବିଭିନ୍ନ ମାମଲାରେ ୪୩୬ ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ୫୯୯ ଗ୍ରାମ ବ୍ରାଉନସୁଗର,୧୯୯ କେଜି ଗଞ୍ଜେଇ ଜବତ ସହ ୨୭ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ବିଭିନ୍ନ ଥାନା ଅଞ୍ଚଳରେ ୧୧ଟି ବେଆଇନ ବନ୍ଧୁକ ଜବତ ସହ ୧୪ ଜଣଙ୍କୁ ଗିରଫ କରାଯାଇଛି । ୬୪୪ ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କଟକ ଡିସିପିଙ୍କ ଅଫିସରେ ଡିପୋଜିଟ ହୋଇଛି । ଆହୁରି ୨୦ଟି ଲାଇସେନ୍ଟ ପ୍ରାପ୍ତ ବନ୍ଧୁକ ଡିପୋଜିଟ ପାଇଁ ବାକି ରହିଛି । କଟକ ଏବଂ ଭୁବନେଶ୍ୱରରେ ଦିନରେ ଓ ରାତିରେ ବିଭିନ୍ନ ଜାଗାରେ ବ୍ଲକିଂ ଚେକିଂ ଜାରି ରହିଛି ।