ଗଞ୍ଜାମ: ଦିଗପହଣ୍ଡି ଥାନାରେ ଗାଁ ଲୋକଙ୍କ ଭଙ୍ଗାରୁଜା । କୋଟିନଡା ଗ୍ରାମର ଜଣେ ଯୁବକଙ୍କ ଏତଲା ଆଧାରରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହାର ପ୍ରତିବାଦରେ ଆଜି ଗାଁ ଲୋକେ ଥାନାରେ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଗେଟ୍ ଭାଙ୍ଗିବାକୁ ଚେଷ୍ଟା କରିଥିବା ଜଣା ପଡିଛି ।
ଉତ୍ତ୍ୟକ୍ତ ଲୋକଙ୍କ କହିବା କଥା, ଗ୍ରାମର ଜଣେ ଯୁବକ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ ୯ ଜଣ ନିର୍ଦ୍ଦୋଷଙ୍କୁ ଗିରଫ କରିଛି । ଯାହାକୁ ବିରୋଧ କରି ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିଲେ । ପୋଲିସ ଅଭିଯୋଗ ନରଖିବାରୁ ଗ୍ରାମବାସୀ ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

