ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ଘରେ ପଶି ହତ୍ୟା ଘଟଣା । ଦୁଇ ଜଣକୁ ଗିରଫ କଲା ପୋଲିସ । ବଜାର ସାହି ଛକ ନିକଟ ଏକ ଘରେ ପଶି ହେମନ୍ତ କନକ ଗୋହି ଓରଫ ଟିନିଆଙ୍କୁ ହତ୍ଯା ଘଟଣାରେ ଅଭିଯୁକ୍ତ ସୂର୍ଯ୍ୟ କୁମାର ସାହୁ ଓ ଗୌରୀ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୩ଟି ଗୁଳି, ମlଉଜର, ଖଣ୍ଡା ଜବତ କରିଛି ପୋଲିସ l ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି l ଟିନିଆଙ୍କ ଘର ଗୁଜୁରାଟ ସୁରତରେ ହୋଇଥିବା ବେଳେ ସେ କିଛିବର୍ଷ ହେବ ପୋଲସରା ଅଞ୍ଚଳ ଭଡା ଘରେ ରହି ଆସୁଥିଲେ । ଗତ 26 ତାରିଖରେ ଟିନିଆଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ ଓ ପରେ ଗୁଳି କରି ହତ୍ୟା କରାଯାଇଥିଲା l ଆଜି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାକାଣ୍ଡରେ ସଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ l

