spot_img

Latest Posts

ବାଣ ବିସ୍ଫୋରଣରେ ବାପ-ପୁଅ ମୃତ

ବାଣ ବିସ୍ଫୋରଣରେ ବାପ-ପୁଅ ମୃତ  । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିସିଟିଭି ଭିଡିଓ  । ବାଣ ବିସ୍ଫୋରଣରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଛି  । କଲୈନେଶନ ନାମକ ଜଣେ ବ୍ୟକ୍ତି ନିଜ ପୁଅ ସହ ବାଇକରେ ଯାଉଥିଲେ । ହଠାତ୍ ଏକ ବିସ୍ଫୋରଣ ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା  । ପୁଡ଼ୁଚେରୀର ବିଲ୍ଲୁପୁରମ୍ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  । ଏ ଛାତି ଧରା ଦୃଶ୍ୟ ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ ।

 

ବାପ, ପୁଅ ଉଭୟେ ବାଣ ନେଇ ଗାଡ଼ିରେ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ଏକ ବିସ୍ଫୋରଣ ଘଟିଥିଲା  । ବିସ୍ଫୋରଣରେ ଉଭୟ ବାପ, ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ  । ଏହି ବିସ୍ଫୋରଣର ଶବ୍ଦ ଗୋଟେ କିଲୋମିଟର ଯାଏ ଶୁଣାଯାଉଥିଲା ବେଳେ ବିସ୍ଫୋରଣର ଶବ୍ଦ ଶୁଣି ଲୋକଙ୍କ ଭିଡ଼ ଦେଖାଦେଇଥିଲା  ।

ପଣ୍ଡିଚେରୀ କକନଥପୁର ବାସିନ୍ଦା କଲୈନେଶନ ନିଜ ପୁଅ ପ୍ରଦୀପ ସହ ବାଇକ ଯୋଗେ ବାଣ ନେଇ ଯାଉଥିଲେ  । ଏହି ସମୟରେ ଜୋରରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା  । ଏହି ଘଟଣାଟି ବିଲ୍ଲୁପୁରମ ଜିଲ୍ଲା କୁନିମେଦୁ ଗ୍ରାମର  । ଘଟଣାଟିର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ବିଲ୍ଲୁପୁରମ୍ ଜିଲ୍ଲାର ଡିଆଇଜି ପାଣ୍ଡିଆନ ଘଟଣାସ୍ଥଳରେ ପହଁଚି ଘଟଣାର ଯାଞ୍ଚ କରିବା ସହ ମାମଲାର ତଦନ୍ତ ଆରମ୍ଭ କରି ଆଗକୁ ଯାଞ୍ଚ କରାଯିବ ବୋଲି କହିଥିଲେ  । ବିସ୍ଫୋରଣରେ ଆହତ ଥିବା ତିନି ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି  ।

 

 

 

 

 

 

Latest Posts

Don't Miss