spot_img

Latest Posts

ଭାଇରାଲ ହେଉଛି ଅପରାଧିକ ରିଲ ଭିଡ଼ିଓ, ଗୋଟି ଗୋଟି କରି ବାନ୍ଧୁଛି ପୋଲିସ

ଭୁବନେଶ୍ୱର: କ୍ରାଇମ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ରିଲ୍ ଭିଡିଓ ଭାଇରଲ ହେଉଛି । ବନ୍ଧୁକ ଚୋରି କରିବା ଅଭିଯୋଗରେ ବନ୍ଧା ହୋଇଥିବା ରାହୁଲ ଜେନାର ରିଲ ଭିଡିଓ ହେଲା ଭାଇରାଲ । ରାହୁଲ ଚୋରା ବନ୍ଧୁକରେ ବ୍ଳାଙ୍କ ଫାୟାରିଂ କରୁଛି ।  ଆଉ ଗୋଟିଏ ଭିଡିଓରେ ପାଟିରେ ଖଣ୍ଡା ଧରି ତେଲୁଗୁ ଷ୍ଟାଇଲରେ ଏଣ୍ଟ୍ରି କରୁଛି । ସେହିଭଳି ଆଉ ଗୋଟିଏ ଭିଡିଓରେ ୧୦ରୁ ଅଧିକ ଯୁବକ ବିଚ ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରୁଛନ୍ତି ।

ମିଳିଥିବା ସୂଚନା ମୁତବକ ଏହି ଭିଡିଓ ବ୦ହୁତ ପୁରୁଣା  ।  ଭାଇରାଲ ହେବା ପରେ ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି । ସେପଟେ ଏହି ଗ୍ୟାଙ୍ଗର ଏବେ ଶୁଦ୍ଧା ୪ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି  । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭିଡିଓରୁ ଫୁଟେଜରୁ ଚିହ୍ନଟ କରି ଧରିବାକୁ ଚେଷ୍ଟା କରୁଛି ପୋଲିସ । ଏମାନଙ୍କୁ କାର, ବାଇକ, ଭୁଜାଲି, ବନ୍ଧୁକ ଜବତ ହୋଇଛି ।

ସେପଟେ ରାଜଧାନୀରେ ଏଭଳି ଯୁବକଙ୍କ ଉତ୍ପାତ ଏବେ ଆତଙ୍କ ସୃଷ୍ଟି କରିଛି  । ସାଧାରଣ ଲୋକ ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି  । କାରଣ ନିଶାସକ୍ତ ଯୁବକଙ୍କ ପ୍ରାଦୁର୍ଭାବ ବଢି ଚାଲିଛି  । ଅପରାଧିକ ଘଟଣା ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି  । ମୋବାଇଲରେ ରିଲ ଭିଡ଼ିଓ ସୁଟ କରୁଥିବା ଏହି ଯୁବକଙ୍କ ଭିଡ଼ିଓ ଭାଇରାଲ ପରେ ପୋଲିସ ଖୋଜୁଛି  । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବାନ୍ଧିବାରେ ସଫଳ ହୋଇଛି କମିସନରେଟ ପୋଲିସ  ।

Latest Posts

Don't Miss