ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
')}