ସୂର୍ଯ୍ୟବଂଶୀ ସୂରଜଙ୍କୁ ଜବାବ ଦେଲା ବିଜେଡି
ଭୁବନେଶ୍ବର: ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଜବାବ ଦେଲେ ବିଜେଡି ନେତା ଡକ୍ଟର ରମାକାନ୍ତ ଭୋଇ । ଗତକାଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ ଟୁଇଟକୁ କାଉଣ୍ଟର କରିଥିଲେ ସୂରଜ । ସୂରଜ କରିଥିବା ଟୁଇଟ୍ ଉପରେ ଜବାବ ଦେଇଛନ୍ତି ରମାକାନ୍ତ ।
୨୦୧୯ ନିର୍ବାଚନରେ ବିଜେପିର ଅନେକ ନେତା ବିଜେଡି ସପକ୍ଷରେ ଜନମତ ଥିବା ଦେଖି ନିର୍ବାଚନ ଲଢ଼ିବାକୁ ସାହସ କଲେନି । ସେହି ନିର୍ବାଚନରେ ବିଜେପିର ଦିବଂଗତ ବିଧାୟକ ତଥା ସୂରଜଙ୍କ ବାପା ବିଷ୍ଣୁ ସେଠୀ ନିର୍ବାଚନ ଜିତିଥିଲେ । ୨୦୧୯ରେ ନିର୍ବାଚନ ଲଢ଼ିବାକୁ ସାହସ କରିନଥିବା ଜଣେ ନେତା ସୂରଜଙ୍କ ବାପାଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଠିକ୍ ସମୟରେ ସେହି ନେତା ବିଷ୍ଣୁ ସେଠୀଙ୍କୁ ଧୋକା ଦେଇଥିଲେ ।
ସଂପୃକ୍ତ ନେତାଙ୍କ ଏଭଳି ଆଚରଣ ପାଇଁ ବିଷ୍ଣୁଙ୍କ ମନରେ ଦୁଃଖ ଓ କ୍ଷୋଭ ଥିଲା । ତେଣୁ ଏଭଳି ନେତାଙ୍କ ବୋଲକରା ନହେବାକୁ ସୂରଜଙ୍କୁ ପରାମର୍ଶ ଦେଇଛନ୍ତି ରମାକାନ୍ତ ।
