ନୂଆଦିଲ୍ଲୀ: ନୌସେନା କର୍ମଚାରୀଙ୍କୁ ମୋବାଇଲ ମନା । ଡକୟାର୍ଡ ଓ ଜାହାଜରେ ବ୍ୟାନ ହେଲା ସ୍ମାର୍ଟ ଫୋନ । ଏପରିକି ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ ରୋକ୍ ଲାଗିଛି । ନୌସେନାର ସୂଚନା ଅନୁସାରେ, କିଛି କର୍ମଚାରୀ ସୋସିଆଲ ମିଡିଆ ଜରିଆରେ ଶତ୍ରୁ ଦେଶକୁ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରୁଥିବାର ଅଭିଯୋଗ ଆସିଛି । ସେଥିପାଇଁ ଏବେ ନୌସେନାର କର୍ମଚାରୀ ମେସେଜିଙ୍ଗ ଆପ୍, ବ୍ଲଗିଂ, କଣ୍ଟେଣ୍ଟ ସେୟାରିଂ ଆପ୍ ବ୍ୟବହାର କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛିଦିନ ତଳେ ଆନ୍ଧ୍ରପ୍ରଦେଶରୁ ୭ ଯବାନଙ୍କୁ ଗିରଫ କରିଥିଲା ଗୁଇନ୍ଦା ବିଭାଗ ।
ସେଥିପାଇଁ ଏବେ ନୌସେନାର କର୍ମଚାରୀ ମେସେଜିଙ୍ଗ ଆପ୍, ବ୍ଲଗିଂ, କଣ୍ଟେଣ୍ଟ ସେୟାରିଂ ଆପ୍ ବ୍ୟବହାର କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛିଦିନ ତଳେ ଆନ୍ଧ୍ରପ୍ରଦେଶରୁ ୭ ଯବାନଙ୍କୁ ଗିରଫ କରିଥିଲା ଗୁଇନ୍ଦା ବିଭାଗ ।



