ଦିଲ୍ଲୀରେ ଛାଡ଼ିଦେଇ ଭୁଲିଗଲେ, ବାପାମାଆଙ୍କୁ ଖୋଜୁଛି କେନ୍ଦ୍ରାପଡ଼ାର ଝିଅ

9 Years Old Sohani Of Kendrapada Searching Address In Delhi

ନୂଆଦିଲ୍ଲୀ: ମାଆର ମମତା ଯେବେ ନିର୍ଦ୍ଦୟ ହୁଏ, ସେତେବେଳେ ସବୁ କିଛି ଭୁଲିଯାଏ । ଅଲୋଡ଼ା ହୋଇଯାଏ ସ୍ନେହ, ମମତା । ଝିଅ ବି ହୋଇଯାଏ ଅଲୋଡ଼ା । ଏମିତି ଏକ ଘଟଣାକ୍ରମରେ ଦିଲ୍ଲୀରେ ଠିକଣା ଖୋଜୁଛି ଓଡ଼ିଆ ଝିଅ ୯ ବର୍ଷର ସୋହାନୀ । ପ୍ରାୟ ୪ ବର୍ଷ ତଳେ କେନ୍ଦ୍ରାପଡ଼ାର ସୋହାନୀ ବାପାମାଆଙ୍କ ସହ ଦିଲ୍ଲୀ ଆସିଥିଲା । ସୋହାନୀଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ି ଚାଲି ଯାଇଥିଲେ ବାପାମାଆ । ସେତେବେଳେ ସାନ ଥିବା ସୋହାନୀ ବୁଝି ପାରିନଥିଲା କିଛି । ଦିନ ଗଡ଼ିବା ସହ ସୋହାନୀ ବଡ଼ ହୋଇଥିଲା । କିନ୍ତୁ ଫେରିନଥିଲେ ବାପାମାଆ ।

9 Years Old Sohani Of Kendrapada Searching Address In Delhi

ଏମିତି ସମ୍ପର୍କୀୟଙ୍କ ଘରେ ସୋହାନୀ ୪ ବର୍ଷ ରହିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ବାପାମାଆଙ୍କୁ ଫେରିବା ବାଟକୁ ଅପେକ୍ଷା କରିଥିବା ସୋହାନୀଙ୍କୁ ମାଡ଼ ମାରୁଥିଲେ ସମ୍ପର୍କୀୟ । ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ସୋହାନୀ ସ୍କୁଲକୁ ଆସିଥିବା ଚାଇଲ୍ଡ ଲାଇନକୁ ସବୁକଥା କହିଥିଲେ । ତା’ପରେ ଚାଇଲ୍ଡ ଲାଇନ୍ ସୋହାନୀଙ୍କୁ ଉଦ୍ଧାର କରିବା ସହ ନୋଏଡ଼ାର ସାଇକୃପା ବାଳକୁଟୀରରେ ଅଛନ୍ତି ।

9 Years Old Sohani Of Kendrapada Searching Address In Delhi

ସୋହାନୀର ଆଧାର କାର୍ଡରୁ ଘର କେନ୍ଦ୍ରାପଡ଼ାର ରାଜନଗର ଦେଉଳୋତ୍ତର ଗାଁ ବୋଲି ଜଣାପଡ଼ିଛି । ସୋହାନୀଙ୍କୁ ଘରକୁ ପଠାଇବା ଲାଗି ଉଦ୍ୟମ କରାଯାଉଥିବା ବେଳେ କରୋନା ଯୋଗୁଁ ସମ୍ଭବ ହୋଇପାରି ନାହିଁ । ଖୁବଶୀଘ୍ର ଯୋଗୋଯୋଗ କରାଯାଇ ସୋହାନୀକୁ ଘରକୁ ପଠାଯିବ ବୋଲି ଆଶ୍ରମ କର୍ତ୍ତୃପକ୍ଷ ଆଶା କରିଛନ୍ତି ।

Leave a Reply