କଂଗ୍ରେସ ଶିବିରରେ ବିଜୁ ବାବୁଙ୍କ ଚର୍ଚ୍ଚା, ଶତବାର୍ଷିକୀ ଲୋଗୋରେ ଲଗିଲା ଫଟୋ

Congress Biju Patnaik

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ବିଜୁ ଲିଗାସିକୁ ନେଇ ରାଜନୀତି । ଶତବାର୍ଷିକୀ ପୂର୍ତ୍ତି ଲୋଗୋରେ ବିଜୁଙ୍କ ଫୋଟ ଛପାଇ ବିଜୁ ଲିଗାସିର ପ୍ରଚାର ଆରମ୍ଭ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜୁଙ୍କ କଥା କହିବା ସହ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ କଥା କହିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ କଂଗ୍ରେସ ବି ଦେଖିଛି ସ୍ୱପ୍ନ । ଓଡ଼ିଶା କଂଗ୍ରେସର ଶହେ ବର୍ଷ ପୂର୍ତ୍ତି ଲୋଗୋରେ ବିଜୁଙ୍କ ଫୋଟ ସ୍ଥାନ ପାଇବା ଓ ପରେ ସମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ବିଜୁଙ୍କ କଥା ଉଲ୍ଲେଖ କରିବା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବିଷୟ ପାଲଟିଛି । ହଠାତ କାହିଁକି କଂଗ୍ରେସ ବିଜୁଙ୍କୁ ନେଇ ଏପରି ପରିକଳ୍ପନା କରିଛି ତାର ଉତ୍ତର ହୁଏତ କଂଗ୍ରେସର ଶୀର୍ଷ ନେତୃତ୍ୱ ଜାଣିଥିବେ । ବିଜଙ୍କୁ ନାଁରେ ଗଠିତ ହୋଇଥିବା ବିଜୁ ଜନତା ଦଳକୁ ସବୁ ପ୍ରସଂଗରେ ବିରୋଧ କରୁଥିବା ରାଜ୍ୟ କଂଗ୍ରେସ ହଠାତ କାହିଁକି ବିଜୁଙ୍କ ପ୍ରତି ଢଳିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ସେପଟେ କଂଗ୍ରସର ଏଭଳି ଆଭିମୁଖ୍ୟ ନେଇ ମତ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ କଂଗ୍ରେସ ତାର ଶହେ ବର୍ଷ ପୂର୍ତ୍ତିରେ ବିଜୁ ବାବୁଙ୍କ ଫଟୋ ଲଗାଇବା କଥାକୁ ଆମେ ସ୍ୱାଗତ କରୁଛୁ ।

ସେପଟେ ବିଜେପି କିନ୍ତୁ କଂଗ୍ରେସର ଏଭଳି ବିଜୁ ପ୍ରୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛି । ହଠାତ କାହିଁକି କଂଗ୍ରସକୁ ବିଜୁଙ୍କ ଫଟୋର ଆବଶ୍ୟକତା ପଡ଼ିଲା ତାକୁ ନେଇ କଟାକ୍ଷ କରିଛି । ବିଜୁଙ୍କ ନାଁରେ ଗଠିତ ହୋଇଥିବା ବିଜୁ ଜନତା ଦଳ ସଫଳତା ପରେ ସଫଳତାର ଶିଡ଼ି ଚଢୁଛି । ଆଉ ଏବେ ବିଜୁଙ୍କ ନାଁକୁ ନେଇ କଂଗ୍ରେସ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରିଥିବା ବିଜେପି କହିଛି । ଅନ୍ୟପକ୍ଷରେ ବିଜୁ ଲିଗାସିର ଏହି ନୂଆ ଅଧ୍ୟାୟ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

Leave a Reply