ଟ୍ୱିନ୍‌ସିଟିରେ ନକଲି ବ୍ରାଣ୍ଡର କମ୍ପିଟିସନ, କଟକରୁ ଜବତ ହେଲା ନକଲି ସୋଢ଼ା

କଟକ: ଗତକାଲି ଭୁବନେଶ୍ୱରରେ ଆଜି କଟକରେ। ନକଲି ସାମଗ୍ରୀ ତିଆରିରେ ଚାଲିଛି ପ୍ରତିଯୋଗିତା। ସିଲଭର ସିଟି ଏବଂ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଟକରାଟକରି କମ୍ପିଟିସନ। କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟର ଭେଜାଲ ସାମଗ୍ରୀ ଜବତ ହୋଇସାରିଲାଣି। କେତେବେଳେ ଆଚାର ନକଲି ବାହାରୁଛି ତ ପୁଣି କେତେବଳେ ଘିଅ ଆଉ ତେଲ ନକଲି ବାହାରୁଛି।

ଆଉ ଆଜି କଟକରୁ ପୁଣି ଭେଜାଲ ସୋଢ଼ା ଜବତ ହୋଇଛି। କଟକରେ ସୋଡ଼ାରେ ଅପମିଶ୍ରଣ ଅଭିଯୋଗ। ଦୋକାନରେ ବିଭିନ୍ନ ଫ୍ଲେଭରର ସୋଡ଼ା ବିକ୍ରି ହେଉଛି। ହେଲେ ସୋଡ଼ାର ନା ପ୍ୟାକେଜିଂ ତାରିଖ ଅଛି ନା ଏକ୍ସପାରି ଡେଟ୍। ଖୋଲାଖୋଲି ସୋଡ଼ା ବୋତଲ ବିକ୍ରି ହେଉଛି।

ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଅପମିଶ୍ରିତ ସୋଡ଼ା ପାନୀୟ ପିଇବା ଯୋଗୁଁ ମାରାତ୍ମକ ରୋଗର ଆଶଙ୍କା ରହିଥିବା ଡାକ୍ତର କହିଛନ୍ତି। ସେପଟେ ଏନେଇ ଦୃଷ୍ଟି ଦିଆଯିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Leave a Reply