ଟୋଲଗେଟ୍‌ରେ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ, ନଚେତ ଦେବାକୁ ପଡ଼ିବ ଦୁଇଗୁଣା ପାଉଣା

Double Toll Charge Without FASTag In NH Toll Plaza From Midnight Of 15-16 February

ସୋମବାର ମଧ୍ୟ ରାତ୍ରିରୁ ଦେଶର ସମସ୍ତ ଟୋଲ ପ୍ଲାଜାରେ ଫାଷ୍ଟ୍‌ ଟ୍ୟାଗ୍‌ ବ୍ୟବସ୍ଥା ବାଧ୍ୟତା ମୂଳକ ହୋଇଛି । ଆପଣଙ୍କ ଗାଡ଼ିରେ ଫାଷ୍ଟ୍‌ ଟ୍ୟାଗ ନଥିଲେ ଏଣିକି ଆପଣଙ୍କୁ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ । ପୂର୍ବରୁ ମଧ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଦେଶର ସମସ୍ତ ଟୋଲ ଗେଟ୍‌ ମାନଙ୍କରେ ଫାଷ୍ଟ୍‌ ଟ୍ୟାଗ୍‌ ବ୍ୟବସ୍ତା କରାଯାଇଥିଲା । ହେଲେ ଏହାକୁ ସମ୍ପୂର୍ଣ ରୂପେ କଡ଼ାକଡ଼ି କରାଯାଇ ନ ଥିଲା । କିନ୍ତୁ ସୋମବାର ମଧ୍ୟ ରାତ୍ରିରୁ ଏହାକୁ ସମ୍ପୂର୍ଣ ରୁପା ଲାଗୁ କରାଯାଇଛି ।

ଯାଜପୁର ଜିଲ୍ଲା ଶ୍ରୀରାମପୁର ଟୋଲ୍‌ ଗେଟ୍‌ରେ ମଧ୍ୟ ସମସ୍ତ ଲାଇନ୍‌ରେ ଫାଷ୍ଟ୍‌ ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥା ଲାଗୁ ପରେ ଟୋଲ ଗେଟ୍‌ ମାନଙ୍କରେ ଆଉ ଗାଡ଼ି ଗୁଡିକୁ ଲମ୍ବା ଲାଇନରେ ରହିବାକୁ ପଡ଼ୁନାହିଁ । ନଗଦ ଟଙ୍କା କାରବାର ଯୋଗୁଁ ଟୋଲ୍‌ ଗେଟ୍‌ ଗୁଡ଼ିକରେ ନନା ସମସ୍ୟା ଦେଖା ଦେଉଥିଲା । ଏବେ ଗାଡ଼ି ଟୋଲଗେଟ୍‌ରେ ପଶିବା ପରେ ଆପଙ୍କ ବ୍ୟାଙ୍କ୍‌ ଖାତାରୁ ଟଙ୍କା କଟିଯିବ । ଅନ୍‌ଲାଇନ୍‌ ବ୍ୟବସ୍ଥା ପରେ ଗାଡିଗୁଡିକ ଆଉ ଅଧିକ ସମୟ ଟୋଲ୍‌ ଗେଟ୍‌ ମାନଙ୍କରେ ଛିଡ଼ା ହେବାକୁ ପଡ଼ିବନି ।

ଏନେଇ ପୂର୍ବରୁ ମଧ୍ୟ ଫାଷ୍ଟଟ୍ୟାଗ ବ୍ୟବସ୍ଥା ନେଇ ପ୍ରଚାର ପ୍ରସାର କରାଯାଇ ଥିବା ଟୋଲ୍‌ ଗେଟ୍‌ ମ୍ୟାନେଜର କହିଛନ୍ତି । ମୋଟ ୫୦ରୁ ଉର୍ଦ୍ଧ୍ୱ ଗାଡ଼ି ଚାଲାକଙ୍କଠୁ ଫାଷ୍ଟଟ୍ୟାଗ୍‌ ନ ଥିବାରୁ ଦୁଇ ଗୁଣା ଟଙ୍କା ଆଦାୟ କରାଯାଇଛି । ଯେଉଁମାନେ ଫାଷ୍ଟଟ୍ୟାଗ କରି ନାହାନ୍ତି ସେମାନେ ତୁରନ୍ତ ଫାଷ୍ଟଟ୍ୟାଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଶାସନ ସହ ଆଲୋଚନା କରାଯାଇ କେଉଁ ଭଳି ଭାବେ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ସେ ନେଇ ପଦକ୍ଷେପ ନିଅ ଯାଇଥିବା କହିଛନ୍ତି । କିଛି ଗାଡ଼ିଚାଳକ ଏହାକୁ ସ୍ୱାଗତ କରିଥିବା ବେଳେ, କିଛି ଗାଡ଼ି ମାଲିକ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

Leave a Reply