ଅଏସର ଦିନ ସରିଲା, ବିନା ACରେ ଝାରପଡା ଜେଲରେ କଟିଲା ବାପ-ପୁଅଙ୍କ ରାତି

1 min read

ଭୁବନେଶ୍ୱର:  ତାରକା ହୋଟେଲରେ କଟୁଥିଲା ରାତି । ଏସି ନହେଲେ ନିଦ ହେଉନଥିଲା । କିନ୍ତୁ ଗୋଟିଏ ରାତିରେ ସବୁକିଛି ବଦଳି ଗଲ । ଆୟବର୍ହିଭୂତ ସଂପତି ମାମଲାରେ ଗିରଫ ଅଭୟକାନ୍ତ ଓ ତାଙ୍କ ପୁଅଙ୍କ ପାଇଁ ରାତିକରେ ବଦଳିଗଲା ରାତି କାଟିବାର ଠିକଣା । ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ କଟିଲା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶଙ୍କ ପ୍ରଥମ ରାତି ।  ତାରକା ହୋଟେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅଭୟକାନ୍ତ ଓ ଆକାଶ ଜେଲର  କୋଠରୀରେ ବିତାଇଛନ୍ତି ପହିଲି ରାତି ।

ଝାରପଡ଼ା ଜେଲର ୯ ଓ୧୧ନମ୍ବର କ୍ୱାରେଣ୍ଟାଇନ ୱାର୍ଡରେ ବାପା- ପୁଅଙ୍କୁ ରାତି କାଟିବାକୁ ପଡ଼ିଛି । ନା ଶୋଇବାକୁ ଥିଲା ଷ୍ଟାର ହୋଟେଲର ଡନଲପ ଗଦି, ନା ଥିଲା ଶୀତତାପ ନିୟନ୍ତ୍ରିତ କକ୍ଷ । ମିଞ୍ଜିମି଼ଞ୍ଜି ଆଲୁଅର ନିବୁଜ କୋଠରୀରେ କଟିଥିଲା ଜୀବନ । ରାତିରେ ସୋଇବା ପୂର୍ବରୁ ଶଙ୍ଖ ନୁହେଁ ରସ ପ୍ଲେଟରେ ଖାଇଥିଲେ ଜେଲର ରୁଟି, ତରକାରୀ । ଆଉ ଦିନ ୧୦ ନୁହେଁ, ଭୋର୍‌ରୁ ଜେଲ୍‌ ନିୟମ ଅନୁସାରେ ଉଠି ନିତ୍ୟକର୍ମ ସାରିଥିଲେ । ପାଖକୁ ଆସିନଥିଲା ବେଡ଼ ଟି କିମ୍ବା କଫି । ନିଜେ କଏଦୀ ମାନଙ୍କ ସହ ଧାଡ଼ିରେ ଛିଡ଼ା ହୋଇ ଖାଇଥିଲେ ଉପମା ଘୁଘୁନି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଗିରଫ ପରେ ନିଲମ୍ବିତ ହୋଇଥିଲେ IFS ଅଭୟକାନ୍ତ ପାଠକ  । ଅତିରିକ୍ତ ପିସିସିଏଫ ଦାୟିତ୍ୱରେ ଥିଲେ ଅଭୟକାନ୍ତ । ବେନାମୀ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପାଠକ ବାପ-ପୁଅ । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଉଭୟ ବାପ ଓ ପୁଅ । ଦୁଇ ଦିନ ଧରି ଭିଜିଲାନ୍‌ସର ମାରାଥନ୍ ଚଢ଼ାଉ ଓ ଜେରା ପରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ  । ଭୁବନେଶ୍ୱର ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ବାପାପୁଅଙ୍କୁ ସାମ୍ନାସାମ୍ନି ଜେରା ପରେ ଡାକ୍ତରୀ ପରୀକ୍ଷା କରି ଗିରଫ କରାଯାଇଥିଲା । ଜାମିନ ନମିଳିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି  ।

Leave a Reply