କରୋନା ଟିକା ଆସିବା ପୂର୍ବରୁ ଭାରତୀୟଙ୍କ ମଧ୍ୟରେ ଚୀନ୍ ଭାଇରସ ପ୍ରତିରୋଧକ କ୍ଷମତା ତିଆରି ହୋଇ ସାରିଥିବ !

aims director

ନୂଆଦିଲ୍ଲୀ: ଭାରତରେ ଗତ କେଇ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍) ନିର୍ଦ୍ଦେଶକ ରଣଦିପ ଗୁଲେରିଆଙ୍କ ଅନୁସାରେ ଭାରତକୁ ଭ୍ୟାକ୍ସିନ୍ ଆସିବା ଆଗରୁ ଭାରତୀୟଙ୍କ ମଧ୍ୟ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗୁଲେରିଆଙ୍କ ଅନୁସାରେ ଯେଉଁଭଳି ଟ୍ରେଣ୍ଡ୍ ଏବେ ଦେଖିବାକୁ ମିଳୁଛି ସେଥିରୁ ଲାଗୁଛି ଯେ, ଟିକା ଆସିବା ଆଗରୁ ଭାରତୀୟଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇସାରିଥିବ । କିନ୍ତୁ ଯଦି ଭାଇରସ ନିଜ ରୂପ ବଦଳାଏ ତେବେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିର କୌଣସି ଫାଇଦା ହେବ ନାହିଁ । ତାଙ୍କ ଅନୁସାରେ ଆଗାମୀ ଦିନରେ ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ଏତେ ବଢିଯିବ ଯେ, ଆମକୁ ଆଉ କରୋନା ଟିକାର ଆବଶ୍ୟକତା ପଡିବ ନାହିଁ ।
ତେବେ ସେ ଶୀତ ଦିନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଥଣ୍ଡା ଓ ପ୍ରଦୁଷଣ କାରଣରୁ କରୋନା ଭାଇରସ ଅଧିକ ମାରାତ୍ମକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଏଥିପାଇଁ ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଜରୁରୀ ବୋଲି ତାଙ୍କ ମତ ।ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗରେ ପୀଡିତ ଲୋକଙ୍କୁ ବାହାରକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply