ପାକିସ୍ତାନରେ ହିନ୍ଦୁ ଶିକ୍ଷୟତ୍ରୀଙ୍କ ବଳପୂର୍ବକ ଧର୍ମାନ୍ତରଣ,ଏକତା ହେଲେ ଆୟେଶା

1 min read

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦର ଦେଶ ବୋଲି କିଏବା ନଜାଣିଛି। ଘୃଣ୍ୟ କାର୍ଯ୍ୟ ପାଇଁ ପାକିସ୍ତାନ ସାରା ବିଶ୍ୱ ଆଗରେ ପରିଚିତ। ଆଉ ଏବେ ପାକିସ୍ତନରେ ଜବରଦସ୍ତ ଇସଲାମ ଧର୍ମରେ ଲୋକଙ୍କୁ ପରିବର୍ତ୍ତନ କରାଇବା ଜାରି ରହିଛି। ଆଗରୁ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ଧର୍ମକୁ ପରିବର୍ତ୍ତନ କରାଯାଉଛି। ଏବଂ ପରେ ସେମାନଙ୍କୁ ମୁସଲିମଙ୍କୁ ବିବାହ କରିବା ପାଇଁ ବାଧ୍ୟ କରାଯାଉଛି। ଏଭଳି ଏକ ଘଟଣା ୬ ଜାନୁୟାରୀ ୨୦୨୧ରେ ପୁଣିଥରେ ପାକିସ୍ତାନରେ ଦେଖିବାକୁ ମିଳିଛି।

ପାକିସ୍ତାନର ସିନ୍ଧ ପ୍ରଦେଶର ବାଲୁଚିସ୍ତାନର ଏକତା କୁମାରୀଙ୍କ ସହ ଏଭଳି ଘଟଣା ଘଟିଛି। ଏକତା ପାକିସ୍ତାନର ଏକ ବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି। ତାଙ୍କୁ ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଛି। ଯେତେବେଳେ କି ସେ ଜଣେ ହିନ୍ଦୁ ଝିଅ। ଆଉ ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି। ଖାଲି ଏକତା ଏଭଳି ଧର୍ମ ପରିବର୍ତ୍ତନର ଶୀକାର ହୋଇନାହାନ୍ତି । ଏକ ରିପୋର୍ଟ ଅନୁଯାୟୀ ପାକିସ୍ତନରେ ପ୍ରତି ବର୍ଷ ସଂଖ୍ୟା ଲଘୁ ଝିଅ ମାନଙ୍କର ସେଠାରେ ବଳପୂର୍ବକ ଧର୍ମାନ୍ତରଣ କରାଯାଇଥାଏ ।

https://twitter.com/voice_minority/status/1347411421932494851

ପାକିସ୍ତାନର ସାମାଜିକ କର୍ମୀ ରାହତ ଅଷ୍ଟିନ ଏକତାଙ୍କ ଫଟୋ ଏବଂ ଧର୍ମ ପରିବର୍ତ୍ତନର ପ୍ରମାଣପତ୍ରକୁ  ଟୁଇଟ୍ କରି ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏକ ପ୍ରାଥମିକ ବିଦ୍ୟାଳୟର ହିନ୍ଦୁ ଶିକ୍ଷକ ଏକତା କୁମାରୀଙ୍କୁ ସିନ୍ଧର ଘୋଟକିର ବରଜୁଣ୍ଡି ସରିଫ ଧର୍କିରେ ମିଆନ୍ ମିଠୁ ଜୋରଜବରଦସ୍ତ ଇସଲାମ ଧର୍ମରେ ଦୀକ୍ଷିତ କରାଇଛନ୍ତି ।  ବର୍ତ୍ତମାନ ଏକତାଙ୍କର ନାମ ଆୟେଶାକୁ ପରିବର୍ତ୍ତନ କରାଯାଇଛି।

ସେପଟେ ସୋସିଆଲ ମିଡିଆରେ ଆଉ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଭଏସ୍ ଅଫ୍ ପାକିସ୍ଥାନ ସଂଖ୍ୟାଲଘୁଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟୁଇଟ୍ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ କୁହାଯାଇଛିଯେ ପାକିସ୍ତାନରେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ କରିବା ଏକ ସାଧାରଣ କଥା। ଦିନେ ଏମିତି ଆସିବ ଯେତେବେଳେ ଧଳା ରଙ୍ଗ ଏଠାରେ ପତାକାଠାରୁ ସମ୍ପୂର୍ଣ୍ଣ ଲୋପ ପାଇବ। କାରଣ ପାକିସ୍ତନର ପତାକାରେ ଥିବା ଧଳା ରଙ୍ଗ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କୁ ବୁଝାଇଥାଏ।

 

 

Leave a Reply