୩୨ତମ ଜାତୀୟ ସଡକ ସୁରକ୍ଷା ମାସ ଆରମ୍ଭ, ଯମପୁରରୁ ମର୍ତ୍ତ୍ୟମଣ୍ଡଳକୁ ଆସି ବାର୍ତ୍ତା ବଣ୍ଟୁଛନ୍ତି ଯମରାଜ !

ଭୁବନେଶ୍ୱର/ପୁରୀ: ୩୨ତମ ଜାତୀୟ ସଡକ ସୁରକ୍ଷା ଅବସରରେ ରାଜ୍ୟ ସ୍ତରୀୟ ସଡକ ସୁରକ୍ଷା ପଦଯାତ୍ରା ଆରମ୍ଭ ହୋଇଛି ।  କିଟ କ୍ୟାମ୍ପସରୁ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହୋଇଛି । ଏବଂ ପଦଯାତ୍ରାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସାମିଲ ହୋଇଛନ୍ତି  । ପରିବହନ କମିଶନର ଓ ପ୍ରମୁଖ ସଚିବ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି  । ଏହି ଅବସରରେ ନିଆରା ସଚେତନାବାର୍ତ୍ତା ଦେଇଛନ୍ତି ଯମ ବେଶୀ କଳାକାର ।

ଯମ ବେଶରେ ଏହି କଳାକର ତାଙ୍କର ଅଭିନୟ ପ୍ରଦର୍ଶନ କରିଛନ୍ତି । ଏଥିରେ ଯମପୁରରୁ ମର୍ତ୍ତ୍ୟମଣ୍ଡଳକୁ ଯମରାଜ ଆସି ବାଣ୍ଟୁଛନ୍ତି ସଡକ ସୁରକ୍ଷାର ବାର୍ତ୍ତା ।  ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା । ଯମରାଜଙ୍କ ସହ  ଚିତ୍ରଗୁପ୍ତ ମିଶି ଜନସଚେତନତାର ବାର୍ତ୍ତା ଦେଇଛନ୍ତି ।

ସେପଟେ ପୁରୀରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଥିବା ବେଳେ ସଡ଼କ ସୁରକ୍ଷା ନେଇ ବିଭିନ୍ନ ସଚେତନାମୂଳକ କାର୍ୟ୍ୟକ୍ରମ କରାଯାଉଛି । ଜିଲ୍ଲାରେ ସଚେତନତା ରଥ ବୁଲିଥିବର ଦେଖିବାକୁ ମିଳିଛି । ତେବେ ଏହି କାର୍ୟ୍ୟକ୍ରମ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଛି । ଶରଧାବାଲି ଠାରୁ  ବିଭିନ୍ନ ଏନସିସି ଓ ସ୍କାଉଟ ଗାଇ଼ଡ ଛାତ୍ରଛାତ୍ରୀ ମାନେ ସାଇକେଲରେ ସଚେତନତାର ବାର୍ତ୍ତା ବହନ କରି ରାଲିରେ ବୁଲିଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାର୍ୟ୍ୟକ୍ରମର ଉଦଘାଟନ୍ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ, ଅତିରିକ୍ତ ଏସପି ପ୍ରମୁଖ ସାଇକେଲିଂ କରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।

Leave a Reply