କଟକରେ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ

କଟକ: କଟକ କଲେଜଛକ ଠାରେ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ। କଟକ ମହାନଗର ନିଗର ଏବଂ ସି.ଡି.ଏ ଏନ୍ଫୋର୍ସମେଣ୍ଟ ସ୍କୱାଡରର ମିଳିତ ଚଢ଼ାଉରେ କଲେଜ ଛକ, ସି.ଡି. ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ଜାରି ରହିଛି।

ଆଗକୁ ବର୍ଷା ଦିନ ଆସୁଥିବାରୁ କଟକ ସହରର ସମସ୍ତ ଡ୍ରେନର ମରାମତି କାର୍ଯ୍ୟ ଚାଲୁ ରହିଛି। ଆଜି ସକାଳୁ ଏକ ଏନ୍ଫୋର୍ସମେଣ୍ଟ ଟିମ ଏବଂ ୨ ଫ୍ଲାଟୁନ ଫୋର୍ସ ମୁତୟନ ରହି ସମସ୍ତ ସମସ୍ତ ଉଠା ଦୋକାନକୁ ଉଚ୍ଛେଦ କରିଥିଲେ।

ଅନ୍ୟପଟେ ଉଠାଦୋକାନୀଙ୍କ ଥଇଥାନ ନେଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ସହରରେ ଭେଣ୍ଡିଂ ଯୋନ କାର୍ଯ୍ୟ ଚାଲୁ ରହିଛି। ତେଣୁ କାମ ସରିଗଲାପରେ ଖୁବଶୀଘ୍ର ଉଠାଦୋକାନୀଙ୍କୁ ଥଇଥାନ କରାଯିବ।

Leave a Reply