ଖରାପ ସିବିଲ ସ୍କୋର କାରଣରୁ ଯୁବକଙ୍କୁ ମିଳିଲାନି ସରକାରୀ ଚାକିରି
1 min read
ଖରାପ ସିବିଲ ସ୍କୋର ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ସିବିଲ ସ୍କୋର ଖରାପ ଥିଲେ ଆପଣ ସରକାରୀ ଚାକିରି ପାଇ ନ ପାରନ୍ତି । ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିକଟରେ ପି. କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କ ନିଯୁକ୍ତି ରଦ୍ଦ କରାଯାଇଛି । କାର୍ତ୍ତିକେୟନ ଏସବିଆଇର ପରୀକ୍ଷା ପାସ୍ କରିଥିଲେ, ମାତ୍ର ତାଙ୍କର ସିବିଲ ସ୍କୋର ଖରାପ ଥିବା କାରଣରୁ ତାଙ୍କୁ ଚାକିରି ମିଳିନଥିଲା । ସବୁଠାରୁ ବଡ଼ କଥା ହେଉଛି ମାଡ୍ରାସ ହାଇକୋର୍ଟ ଏସବିଆଇର ଏହି ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଛନ୍ତି ।
ଏହି ମାମଲାରୁ ଏହା ସ୍ପଷ୍ଟ ହେଉଛି ଯେ, ଏବେ ସରକାରୀ ଚାକିରି ଓ ବଡ଼ ସଂଗଠନ ଶିକ୍ଷାଗତ ଯୋଗ୍ୟତା ସହ ବିତ୍ତୀୟ ବ୍ୟବହାର ମଧ୍ୟ ଯାଞ୍ଚ କରୁଛନ୍ତି । ତେଣୁ ଆପଣ ଯଦି ସରକାରୀ ଚାକିରି କରିବାକୁ ଇଚ୍ଛୁକ, ତେବେ ଠିକ୍ ସମୟରେ ଲୋନ ଓ କ୍ରେଡିଟ କାର୍ଡର ପେମେଣ୍ଟ କରିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ । ଏକ ସ୍ବଚ୍ଛ ସିବିଲ ସ୍କୋର ଆପଣଙ୍କ କ୍ୟାରିୟର ପାଇଁ ବହୁତ ବେନିଫିଟ୍ ହୋଇପାରେ । ଯୁବକଙ୍କୁ ଆପଏଣ୍ଟମେଣ୍ଟ ଲେଟର ମିଳିସାରିଥିଲା, ମାତ୍ର ପରେ ଏସବିଆଇ ତରଫରୁ ତାଙ୍କର ନିଯୁକ୍ତି ରଦ୍ଦ କରିଦିଆଯାଇଥିଲା । ଯଦି ଜଣଙ୍କର ସିବିଲ ସ୍କୋର ୮୦୦-୯୦୦ ଭିତରେ ଥାଏ, ତେବେ ତାହାକୁ Excellent ବର୍ଗରେ ରଖାଯାଇଥାଏ ।