ପୁଣି ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା : ମଡେଲଙ୍କ ପ୍ରେମରେ ହାର୍ଦ୍ଦିକ!

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ। ଏଥର କାରଣ ତାଙ୍କ କ୍ରିକେଟ୍ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ। ନତାଶା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ଓ ଗାୟିକା ଜାସ୍ମିନ୍ ୱାଲିଆଙ୍କ ସହ କଥିତ ବ୍ରେକଅପ୍ ପରେ, ସେ ତୃତୀୟ ଥର ପାଇଁ ପ୍ରେମରେ ପଡ଼ିଛନ୍ତି  ।  ହାର୍ଦ୍ଦିକଙ୍କ ମଡେଲ ମାହିକା ଶର୍ମାଙ୍କ ସହ ଡେଟିଂର ଗୁଜବ ସୋସିଆଲ ମିଡିଆରେ ଜୋର ଧରିଛି। ଦୁଇଜଣ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବା ଏବଂ ମାହିକା ହାର୍ଦ୍ଦିକଙ୍କ ପୋଷ୍ଟକୁ ଲାଇକ୍ କରିବା ଏହି ଗୁଜବକୁ ଆହୁରି ମଜବୁତ କରୁଛି। ତଥାପି, ଏପର୍ଯ୍ୟନ୍ତ ହାର୍ଦ୍ଦିକ କିମ୍ବା ମାହିକା ସେମାନଙ୍କ ସମ୍ପର୍କ ଉପରେ କୌଣସି ପ୍ରକାରର ଉତ୍ତର ରଖି ନାହାନ୍ତି ।

ମାହିକା ଶର୍ମା କିଏ?

ମାହିକା ଶର୍ମା ଜଣେ ମଡେଲ ଓ ଅଭିନେତ୍ରୀ ଯିଏ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ମଡେଲିଂ ଓ ଅଭିନୟକୁ ତାଙ୍କର କ୍ୟାରିଅର ଭାବରେ ବାଛିଥିଲେ। ସେ ତନିଷ୍କ, ଭିଭୋ ଓ ୟୁନିକ୍ଲୋ ଭଳି ବଡ଼ ବ୍ରାଣ୍ଡ ପାଇଁ ଅନେକ ସଂଗୀତ ଭିଡିଓ, ଚଳଚ୍ଚିତ୍ର ଓ ବିଜ୍ଞାପନ କାମ କରିଛନ୍ତି। ମାହିକା ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଏବଂ ତରୁଣ ତାହିଲିଆନିଙ୍କ ପରି ଶ୍ରେଷ୍ଠ ଭାରତୀୟ ଡିଜାଇନରଙ୍କ ପାଇଁ ରାମ୍ପରେ ଚାଲିଛନ୍ତି। ୨୦୨୪ ମସିହାରେ, ତାଙ୍କୁ ଇଣ୍ଡିଆନ୍ ଫ୍ୟାଶନ୍ ପୁରସ୍କାରରେ ‘ମଡେଲ୍ ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ତାଙ୍କର ବୃତ୍ତିଗତ ସଫଳତାକୁ ଆହୁରି ଉଜ୍ଜ୍ୱଳ କରିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଦୁହେଁ ୨୦୨୦ ମଇ ମାସରେ ବିବାହ କରିଥିଲେ ଏବଂ ୨୦୨୩ ଫେବୃଆରୀରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ କରିଥିଲେ। ତଥାପି, ୨୦୨୪ ଜୁଲାଇରେ ଦୁହେଁ ପରସ୍ପର ସହମତିରେ ଅଲଗା ହୋଇଯାଇଥିଲେ। ଏହି ବିବାହ ମାତ୍ର ଚାରି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା। ନତାଶାଙ୍କ ଠାରୁ ଛାଡପତ୍ର ପରେ, ମଡେଲ ଜାସ୍ମିନ୍ ୱାଲିଆଙ୍କ ସହ ତାଙ୍କର ସମ୍ପର୍କର କାହାଣୀ ଶୁଣିବାକୁ ମିଳିଥିଲା। ଜାସ୍ମିନ୍ ମଧ୍ୟ ଅନେକ ଥର ମ୍ୟାଚ ଦେଖିବାକୁ ଯାଇଥିବାଦେଖିବାକୁ ମିଳିଥିଲା ।  କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥିବା ଖବର ଶୁଣିବାକୁ ମିଳିଥିଲା ।

ଏବେ ସୋସିଆଲ ମିଡିଆରେ ହାର୍ଦ୍ଦିକ ଏବଂ ମାହିକାଙ୍କ  ପ୍ରେମ କାହାଣୀର ଗୁଜବ ଜୋର ଧରିଛି। ଜଣେ ରେଡିଟ୍ ୟୁଜର ଲେଖିଛନ୍ତି, ‘ମୁଁ ମାହିକାଙ୍କୁ ଫଲୋ କରେ ଏବଂ ସେ ହାର୍ଦ୍ଦିକଙ୍କ ସହ ଜଡିତ ଅନେକ ରିଲ୍ ଲାଇକ କରିଛନ୍ତି। ହୁଏତ ସେମାନେ କେବଳ ବନ୍ଧୁ।’ ସେହି ସମୟରେ, କିଛି ୟୁଜର ‘ନୂଆ ଟୁର୍ଣ୍ଣାମେଣ୍ଟ, ନୂଆ ପ୍ରେମିକା’ ଭଳି ମନ୍ତବ୍ୟ ଦେଇ ହାର୍ଦ୍ଦିକଙ୍କୁ ଟ୍ରୋଲ୍ କରୁଛନ୍ତି।