ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ନନ୍ଦିଘୋଷ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଉଦଳା ଶରତ ଥାନା  ଭଣ୍ଡାର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ବାଡେଇ ହେଲା ବାଇକ୍ । ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଯୁବକ କଳମଗଡିଆ ଅଞ୍ଚଳକୁ ଆସୁଥିବା ବେଳେ ପ୍ରଧାନ ଦେହୁରୀ ସାହି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛକୁ ବାଡେଇ ହୋଇଥିଲା ବାଇକ । ଯାହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଇ ଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି । ମୃତକ ଏବଂ ଗୁରୁତର କାହାରି ପରିଚୟ ମିଳିପାରିନାହିଁ । ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।