ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପଡ଼ିଲା ମହଙ୍ଗା: ଗୋ ରକ୍ଷକ ନାମରେ ଗୁଣ୍ଡାଗିରି

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପଡ଼ିଲା ମହଙ୍ଗା। ଗୋ ରକ୍ଷକ ନାମରେ ଗୁଣ୍ଡାଗିରି। ଚାଷୀଙ୍କୁ ମାଡ଼ ମାରିଲେ ଗୋରକ୍ଷକ ବାହିନୀର ଗୁଣ୍ଡା। ଜୀବନ ହାରିଲା ନିଷ୍ପାପ କୁନି ବାଛୁରୀ। ଆନ୍ଧ୍ରରୁ ସିଠାଳ ଆସୁଥିବାବେଳେ ପଳାଶୁଣି ଛକ ନିକଟରେ ଘଟିଛି ଏହି ଘଟଣା। କାମଧେନୁ ଯୋଜନାରେ ଲୋନରେ ଦୁଇଟି ଗାଡ଼ିରେ ଚାରୋଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ। ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣପତ୍ର ମାଗିଥିଲେ। ଚାଷୀ ଜଣକ ପ୍ରମାଣ ପତ୍ର ଦେଵା ପରେ କାଗଜକୁ ଜାଲ ବୋଲି କହି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଚାଷୀ। ଏ ନେଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ଜିଲ୍ଲା ସିଠାଳର ଚାଷୀ। ଏହି ଗଣ୍ଡଗୋଳ ଭିତରେ ଗୋଟିଏ ବାଛୁରୀ ଜୀବନ ହାରିଛି।