’ରାମାୟଣ’ ଫିଲ୍ମର ଶୁଟିଂ ସରିବା ପରେ ଭାବପ୍ରବଣ ହୋଇ ଭାଇ ଲକ୍ଷ୍ମଣଙ୍କୁ ଆଲିଙ୍ଗନ କଲେ ରଣବୀର କପୁର: ଆସୁଛି ଫିଲ୍ମର ପ୍ରଥମ ଝଲକ…

ବଲିଉଡର ଅନ୍ୟତମ ବହୁଚର୍ଚ୍ଚିତ ଫିଲ୍ମ ନିତେଶ ତିଓ୍ବାରୀଙ୍କ ’ରାମାୟଣ’ର ଶୁଟିଂ ସମାପ୍ତ ହୋଇସାରିଛି । ଫିଲ୍ମର ଶୁଟିଂ ସରିବା ପରେ ସୋମବାର ରାତିରେ ନିର୍ଦ୍ଦେଶକ ଏକ ପାର୍ଟି ରଖିଥିଲେ । ଉକ୍ତ ପାର୍ଟିରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ରଣବୀର କପୂର ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ରବି ଦୁବେଙ୍କ ବ୍ୟତୀତ ଅନେକ କଳାକାର ଉପସ୍ଥିତ ଥିଲେ । ଫିଲ୍ମର ଅନ୍ତିମ ସିନର ଶୁଟିଂ ପରେ ରଣବୀର ଭାବବିହ୍ବଳ ହୋଇ ଭାଇ ଲକ୍ଷ୍ମଣ ଅର୍ଥାତ ରବିଙ୍କୁ ଆଲିଙ୍ଗନ କରିଥିଲେ । ଏହି ପାର୍ଟି ପରେ ରଣବୀର ନିଜ ପରିବାର ସହ ହଲିଡେରେ ଯାଇଛନ୍ତି । ଜୁଲାଇ ୩ ତାରିଖ ରାତି ୧୧ଟା ସମୟରେ ’ରାମାୟଣ’ର ପ୍ରଥମ ଝଲକ ସାରା ବିଶ୍ବବାସୀଙ୍କ ସାମ୍ନାକୁ ଅଫିସିଆଲ ଭାବେ ଆସିବ ବୋଲି କୁହାଯାଉଛି ।
ଏହି ଇଭେଣ୍ଟର କିଛି ଭିଜୁଆଲ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ଭିଡିଓରେ ’ରାମାୟଣ’ ଓ ଭଗବାନ ରାମଙ୍କୁ ନେଇ ରଣବୀର କିଛି କହୁଥିବାର ଦେଖାଯାଉଛି । ଏଥିସହିତ ସେ ଲକ୍ଷ୍ମଣଙ୍କ ସହ ମିଶି କେକ୍ ମଧ୍ୟ କାଟିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ତିଓ୍ବାରୀ ମଧ୍ୟ କିଛି ଭାବପ୍ରବଣ କଥା କହିଥିଲେ । ’ରାମାୟଣ’ର ଝଲକ ଦେଖାଇବା ପାଇଁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ ସେଟରୁ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିସାରିଛି । ଏବେ ସୁଦ୍ଧା ଫିଲ୍ମକୁ ନେଇ ଅଫିସିଆଲ ଭାବେ କୌଣସି ପୋଷ୍ଟ କି ଫଟୋ ସାମ୍ନାକୁ ଆସିନାହିଁ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ଫିଲ୍ମ ପାଇଁ ରଣବୀର ନିଜର ବଡି ଉପରେ ବହୁତ ପରିଶ୍ରମ କରିଛନ୍ତି । ଏଥିସହିତ ଚରିତ୍ର ଅନୁସାରେ ନିଜର ଖାଦ୍ୟପେୟରେ ମଧ୍ୟ ରଣବୀର ଅନେକ ପରିବର୍ତ୍ତନ କରିଛନ୍ତି ।