spot_img

Latest Posts

ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ନକଲି ମଦ, ଦୃଢ଼ କାର୍ଯ୍ଯାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି

ରାଉରକେଲା : ଲାଇସେନ୍ସ ପ୍ରାପ୍ତ ଦୋକାନରେ ନକଲି ମଦ । ଦୋକାନରେ ତିଆରି ହେଉଛି ନକଲି ବିଦେଶୀ ମଦ । ଦୃଢ଼ କାର୍ଯ୍ଯାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି । ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ କାହା ନିର୍ଦେଶରେ ବିକ୍ରି ହେଉଥିଲା ନକଲି ବିଦେଶୀ ମଦ । ରାଉରକେଲା ବିଶ୍ରା ଛକ ନିକଟରେ ଥିବା ମଦ ଦୋକାନରେ ଚଢ଼ଉ ପରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଗତ ୨୦ ତାରିଖ ଚଢାଉ କରାଯାଇ ୪୩ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଙ୍କ ନିକଟରୁ ନକଲି ବିଦେଶୀ ମଦ ତିଆରି ପାଇଁ ବ୍ଯବହୃତ ମେସିନ, ଠିପି, ଖାଲି ମଦ ବୋତଲ, ଲେବଲ ଜବତ କରାଯାଇଛି । ଲାଇସେନ୍ସ ଧାରୀଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଗିରଫ ତିନିଜଣ କର୍ମଚାରୀ ଅବକାରୀ ବିଭାଗର ଅନୁମତି ବିନା ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣା ପଡିଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ଜଣେ ବିହାରର । ଦୋକାନକୁ ସିଲ କରାଯିବା ସହ ଲାଇସେନ୍ସ ପାଇଥିଵା ସ୍ଵେତା ତିଓ୍ବାରୀଙ୍କୁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ତେବେ ନୋଟିସ ନୁହେଁ, ଲୋକଙ୍କ ଜୀବନ ସହ ଖେଳୁଥିବା ଏପରି ଲାଇସେନ୍ସଧାରୀଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ନକଲି ବିଦେଶୀ ମଦ ଚୋରା କାରବାରରେ କେବଳ ଗିରଫ ୩ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି କି ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

Latest Posts

Don't Miss