spot_img

Latest Posts

ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା, ଯାଞ୍ଚ କରୁଛନ୍ତି ଦଶ ଜଣିଆ ଟିମ୍‌

ରାୟଗଡ଼ା: ଚନ୍ଦ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଠାବ ଘଟଣା । କ୍ରାଇମବ୍ରାଞ୍ଚ ଟିମ୍ ଚନ୍ଦ୍ରପୁରରେ ପହଞ୍ଚି ଜୋରଦାର ତନାଘନା ଚଳାଇଛି । ଶବ ପଡିରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ପାଖ ପଡୋଶୀଙ୍କୁ ପଚରା ଉଚରା କରୁଛି। ଲକ୍ଷ୍ମୀ ମାଝି ରହୁଥିବା ମାଁ ଗୃହରେ ମଧ୍ୟ ଯାଞ୍ଚ କରିଛି । କ୍ରାଇମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତ ଟିମ୍ ସହ ଷ୍ଟେଟ ଫରେନସିକ୍ ଲାବର ଦଶ ଜଣିଆ ଟିମ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି ।

ଏହା ସହ ରାୟଗଡା ଓ କୋରାପୁଟରୁ ମଧ୍ୟ ସାଇଣ୍ଟିଫିକ୍ ଟିମ ତଦନ୍ତରେ ସାମିଲ ହୋଇଛନ୍ତି । ସେପଟେ ଦାୟିତ୍ବରେ ଥିବା ଥାନାଅଧିକାରି ବଦଳିଛନ୍ତି। ନୀଳକଣ୍ଠ ବେହେରା ଚନ୍ଦ୍ରପୁର ଥାନା ଅଧିକାରି ଭାବେ ଯୋଗଦାନ କରି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମେଡିକାଲର କିଛି କର୍ମଚାରୀଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି । ଲକ୍ଷ୍ମୀ ମାଝୀର ଶରୀରରୁ ଜବତ ହୋଇଥିବା ନଖ, ବାଳ, ରକ୍ତଛିଟା ନମୁନା ସଂଗ୍ରହ କରି ଫରେନସିକ୍ ଲାବକୁ ପଠାଇଛି।

ମାମଲାରେ ମହିଳାଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗ ଆସିଥିବା ଆଲିସା ଏନଜିଓର ନିର୍ଦ୍ଦେଶକ। ଘଟଣାରେ ସମ୍ପୃକ୍ତିଙ୍କୁ ଅସ୍ବୀକାର କରିଛନ୍ତି ସଂସ୍ଥାର ନିର୍ଦ୍ଦେଶକ।

Latest Posts

Don't Miss