ବର୍ଷା ପରେ ଶୀତର ରାଜୁତି…ଜାଡ ସହ ଘନ କୁହୁଡି କଲା କଲବଲ…

ଭୁବନେଶ୍ୱର:  ଦୁର୍ବଳ ହେଲା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । କମିଲା ବର୍ଷା, ବଢିଲା ଶୀତ । ଦୁଇ ଦିନ ପାଇଁ କୋଲଡ ୱେଭ୍‌ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଆଜି ସୁନ୍ଦରଗଡ, ବାଲେଶ୍ବର, ଅନୁଗୁଳ, କଟକ,ସୋନପୁର, ଝାରସୁଗୁଡା ଏବଂ ବଲାଙ୍ଗିରକୁ ଜାରି ହୋଇଛି ସତର୍କ ସୂଚନା । ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର ।

ଆଜି ସକାଳୁ ପ୍ରବଳ ଜାଡ ସାଙ୍ଗକୁ ଦେଖାଦେଇଛି ଘନ କୁହୁଡି । ରାତି ଏବଂ ସକାଳର ଭିଜିବିଲିଟି ୨ଶହ ମିଟରରୁ କମିଛି । ସ୍ଥାନେ ସ୍ଥାନେ ୨୦ ମିଟର ଦୃଶ୍ୟମାନ ରହିବା ନେଇ ସତର୍କ କରିଥିଲା ପାଣିପାଗ କେନ୍ଦ୍ର । ବିଶେଷ କରି ୧୧ ଏବଂ ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ଅନୁଗୁଳ ଏବଂ ବଲାଙ୍ଗିରରେ ଘନ କୁହୁଡି ପାଇଁ ୟେଲୋ ଆର୍ଲଟ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟମରୁ ସାମାନ୍ୟ ଧରଣର କୁହୁଡି ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply