କୃଷି ଆଇନ ନେଇ ତୁଟୁନି ବିବାଦ: ଦିଆଯାଇଥିବା ପ୍ରସ୍ତାବରୁ ଅଧିକ କିଛି କରିହେବନାହିଁ ବୋଲି କହିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଆଜିର ବୈଠକରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଦିଆଯାଇଥିବା ପ୍ରସ୍ତାବ କୃଷକଙ୍କ ହିତ ପାଇଁ, ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ । ଦିଆଯାଇଥିବା ପ୍ରସ୍ତାବକୁ କୃଷକ ପୂର୍ନବିଚାର କରନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଦୀର୍ଘ ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ସରକାର ଓ ୪୧ଟି କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିଲା । କୃଷି ଆଇନକୁ ୧୮ ମାସ ପାଇଁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛି ଚାଷୀ ସଙ୍ଗଠନ ।

କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଚାଷୀ । ସେହିପରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଜିଦ୍ ଧରିଛନ୍ତି ଚାଷୀ ସଙ୍ଗଠନ । ଜାତୀୟ ପତାକା ସହ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଅନ୍ୟପଟେ ଚାଷୀମାନେ ରିଙ୍ଗ୍‌ ରୋଡ୍‌ରେ ରାଲି କରିବାକୁ ଦାବି କରିଥିବା ବେଳେ ଦିଲ୍ଲୀ ପୋଲିସ ଏନେଇ ଅନୁମତି ଦେଇନାହିଁ । ପୋଲିସ ଚାଷୀଙ୍କୁ କେଏମ୍‌ପି ଏକ୍ସପ୍ରେସଓ୍ବେରେ ଟ୍ରାକ୍ଟର ରାଲି ପାଇଁ କହିଛି ।

Leave a Reply