ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି । ୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧.....

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି ।

୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧, ଚକେଇସିଆଣିରୁ ୧, ପଳାଶୁଣି ପ୍ରାଚି ବିହାରରୁ ୧, ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନାରୁ ୧, ଲୁଇସ୍‌ ରୋଡରୁ ୧, ଏକ ଘରୋଇ ଡାକ୍ତରଖାନାରୁ ୪, ଭରତପୁରରୁ ୧, ବୁଧେଶ୍ୱରୀ କଲୋନୀରୁ ୧, ସହିଦ ନଗରରୁ ୧, ମଞ୍ଚେଶ୍ୱରରୁ ୨, ଅଶୋକ ନଗରରୁ ୧, ନ୍ୟୁ ଫରେଷ୍ଟା ପାର୍କ ଅଞ୍ଚଳରରୁ ୧, ଆଉ ଏକ ଘରୋଇ ଡାକ୍ତରଖାନାରୁ ୨, ଗୋପବନ୍ଧୁ ନଗର ବସ୍ତିରୁ ୧, ୟୁନିଟ ୮ ସିବିଆଇ କଲୋନୀରୁ ୧, ଭୋଇ ନଗରରୁ ୧ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୨ ତାରିଖରେ ୧୨୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୧୭ । ତେବେ ସବୁଦିନ ଭଳି ବୁଧବାରର ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….

Leave a Reply