ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି ।

୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧…..